ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ବିଡିଓ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଏଥିରେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ତଥା ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ସେ ପରେଡ ପରିଦର୍ଶନ କରିବା ସହ ସାମୁହିକ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ସମେତ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସରକାରୀ ବେସରକାରୀ ବ୍ୟକ୍ତି ବିଶେଷ ଓ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।