Categories: କନ୍ଧମାଳ

ଦାରିଙ୍ଗବାଡ଼ିରେ କୋହଲା ପାଗ :ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୨ଦିନ ହେଲା କୋହଲା ପାଗ ସାଙ୍ଗକୁ ଦିନରେ ଶୀତ ବୃଦ୍ଧି ପାଇଛି। ସୋମବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ ୧୦.୫ ଡିଗ୍ରୀ ରହିଥିବାବେଳେ ଅପରାହ୍ନ ୫ଟା ସୁଦ୍ଧା ୧୩ଡିଗ୍ରୀରେ ପହଞ୍ଚତ୍ଛି। ସେହିପରି ସର୍ବାଧିକ ତାପମାତ୍ରା ୨୫.୫ ରହିଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଆକାଶ ମେଘାଚ୍ଛନ୍ନ ଯୋଗୁ କେବଳ ଦିନରେ ଶୀତ ଅନୁଭୂତ ହେଉଥିବାବେଳେ ରାତିରେ ଶୀତ କମିଛି। ଦିନରେ ଶୀତର ମଜା ନେବା ପାଇଁ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ଼ ଜମିବା ସହ ସନ୍ଧ୍ୟାରେ ସାଇଲେଣ୍ଟ ଭ୍ୟାଲିରେ ବହୁଲୋକ ସୂର୍ଯ୍ୟାସ୍ତର ମଜା ନେଉଛନ୍ତି।