ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ

କଳିଙ୍ଗନଗର,୧୭।୧୦(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ଡାକ୍ତରଖାନା ପାଲଟିଥିବା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶିଳ୍ପାଞ୍ଚଳରେ ଥିବା ୧୦ କାରଖାନାରେ ନିୟୋଜିତ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଏହି ଡାକ୍ତରଖାନା ଉପରେ ନିର୍ଭର କରିନ୍ତି। ଏହା ବ୍ୟତୀତ ସୁକିନ୍ଦା ଖଣି ଅଞ୍ଚଳ, ଦୈତାରୀ, ଟମକା ସମେତ ପାର୍ଶ୍ୱବର୍ତ୍ତୀ ଧର୍ମଶାଳା ଓ କେନ୍ଦୁଝର ଜିଲାରୁ ଦୈନନ୍ଦିନ ବହୁ ରୋଗୀ ଏଠାକୁ ଆସିଥାନ୍ତି। ଅପରପକ୍ଷେ କାରଖାନା ଏବଂ ଟ୍ରାଫିକ ଦୁର୍ଘଟଣାରେ ଗୁରୁତର ରୋଗୀ, ସ୍ତ୍ରୀ ଓ ପ୍ରସୂତି ଏବଂ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଥିବାରୁ ଡାକ୍ତରଖାନାରେ ଭିଡ ରହୁଛି। କିନ୍ତୁ ଗତ ଦୁଇ ବର୍ଷ ହେବ ଏହି ଡାକ୍ତରଖାନାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ ଖାଲି ପଡିଥିବା ଡାକ୍ତର ପଦବୀ ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରୁନାହଁି। ଏ ନେଇ ବାରମ୍ବାର ସ୍ଥାନୀୟ ବିଧାୟକ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବି କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ହୋଇପାରି ନାହଁି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦୀର୍ଘଦିନ ଧରି ଏଠାରେ ଭେଷଜ ବିଭାଗ, ଅସ୍ତିଶଲ୍ୟ ବିଭାଗ, ଶିଶୁରୋଗ ବିଭାଗ ପଦବୀ ଖାଲିପଡିଛି। ସେପ୍ଟେମ୍ବରରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କର ବଦଳି ପରେ ବର୍ତ୍ତମାନ ୩ରୁ ୪ ଜଣ ଠିକା ଡାକ୍ତର ଡାକ୍ତରଖାନାକୁ ଆସୁଛନ୍ତି। ହେଲେ ସେମାନେ ଅଧିକାଂଶ ଦିନରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ପାଇଁ ଦାନଗଦୀ ପଞ୍ଚାୟତ ସମିତି ବୈଠକରେ ଜ ପ୍ରତିନିଧିଙ୍କ ତରଫରୁ ଯାଜପୁର ଏମ୍‌ପି ଓ ସୁକିନ୍ଦା ବିଧାୟକଙ୍କ ନିକଟରେ ଦାବି କରାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇ ନାହଁି। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନ ରହିବା ଫଳରେ ଡାକ୍ତର ଖାନାକୁ ଅସୁଥିବା ପ୍ରସୂତି ଚିକିତ୍ସା ପାଇ ନ ପାରି ଦଲାଲଙ୍କ ସହାୟତାରେ ଘରୋଇ ନର୍ସିଂହୋମକୁ ଯାଉଛନ୍ତି। ସେଠାରେ ବହୁ ଖର୍ଚ୍ଚାନ୍ତ ହେଉଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ( ଡିଏମ୍‌ଏଫ୍‌) ଡାକ୍ତର ଯୋଗଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଦାନଗଦୀ ଡାକ୍ତରଖାନାରେ ବ୍ୟତିକ୍ରମ ଦେଖାଦେଉଛି। ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ନେଇ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସିଡିଏମ୍‌ଓ ଅରୁଣ କୁମାର ପାତ୍ରଙ୍କୁ ପଚାରିବାରୁ, ଖାଲି ପଡିଥିବା ପଦବୀଗୁଡିକୁ ପୁରଣ କରାଯିବା ନେଇ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri