ଦାଦାଙ୍କ ପରେ ପୁତୁରା କରୋନା ଆକ୍ରାନ୍ତ ଚିହ୍ନଟ, ଗ୍ରାମବାସୀ ଭୟଭୀତ

ନିରାକାରପୁର,୬ା୬(ଡି.ଏନ୍‌.ଏ.): କିଛିଦିନ ତଳେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଯାଜପୁର ଗ୍ରାମରେ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତା’ର ୮ଦିନ ପରେ ତାଙ୍କ ପୁତୁରାଙ୍କ ପଜିଟିଭ୍‌ ବାହାରିବା ପରେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ତାଙ୍କୁ ମଧ୍ୟ ଶନିବାର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ା ତେବେ ଆକ୍ରାନ୍ତମାନେ ଗାଁଗଣ୍ଡାରେ ବୁଲିବା ସହିତ ହାଟ ବଜାର ଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗ୍ରାମ ମଧ୍ୟରୁ ଗୋଟିଏ ପରିବାରରୁ ଦୁଇ ଦୁଇଟି ପଜିଟିଭ୍‌ ବାହାରିଥିଲେ ମଧ୍ୟ ଉକ୍ତ ଗ୍ରାମ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ନିରାକାରପୁର ହେଲଥ୍‌ ଓ୍ବାର୍କର ମନୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି ା