ଦାଦନ ଦୁଖ୍‌:ଯାଇଥିଲେ ରୁଜ୍‌ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ

ଖଡ଼ିଆଳ,୩୧। ୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗଁାର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍‌ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ ଦାଦନ ଖଟି ଯାଇଥିଲେ। ହେଲେ ବାଟେ ଟ୍ରେନରୁ ତାକର ଗୋଡ଼ ଖସରି ଯାଇ ଦୁରଘଟନାର ଶିକାର ହେଲେ। ଏହେଦେ ସେ ଟଁକା ପଏସା ଅଭାବୁ ଚିକିସତ୍ା କରେଇ ନାଇଁପାରି କରି ଘରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌।
ସୂଚନା ହିସାବେ ଚଲତି ବଛର ଜୁଲାଇ ୧୨ ତାରିଖ ଖଇରପଦରର ଚରଣ ମାଝି ଗଁାର କେତେ ପିଲାକର ସଂଗେ ଗୁଜରାଟର ଗାନ୍ଧିଧାମ ଅଂଚଲକେ ଦାଦନ ଖଟବାର ଲାଗି ଟ୍ରେନରେ ଯାଇଥିଲେ। ହେଲେ ମହାରାଷ୍ଟ୍ରର ଅକୁଲା ରେଲ ଷ୍ଟେଶନରେ ଟ୍ରେନ ଅଟକିଲାରୁ ଚରଣ ପାଏନ୍‌ ଆନବାକେ ବାହାରକେ ଯାଇଥିଲେ। ଟ୍ରେନ ଷ୍ଟେଶନ ଛାଡ଼ଲା ସମିଆରେ ଚରଣ ତରାବୁରା ହେଇ ଟ୍ରେନକେ ଚଢ଼ଲାବେଲେ ତାକର ଗୋଡ଼ ଖସରି ଯାଇଥିଲା। ଯେନ୍‌ଥିରେ ଚରଣର ଭୁଜନି ଗୋଡ଼ ପୂରା ଭାଂଗି ଯାଇଥିଲାବେଲେ ଡେବ୍‌ରି ପାଦ୍‌ରେ ବନେ ଆଘାତ ଲାଗିଥିଲା। ଏନ୍‌ତାଥି ଚରଣକେ ଗୁରୁତର ଅବସ୍‌ତାରେ ସଂଗେ ଥିବାର ଗଁାର ପିଲାମାନେ ଉଧାର କରି ମହାରାଷ୍ଟ୍ର ଅକୁଲା ସରକାରୀ ଡାକ୍‌ତରଖାନାରେ ପ୍ରାଥମିକ ଚିକିସତ୍ା କରେଇଥିଲେ। ପଛେ ଗଁାର ପିଲାମାନେ ସେଠାନୁ ୨୨ ହଜାର ଟଁକାରେ ଗୁଟେ ଆମ୍ବୁଲାନ୍ସ ଭଡ଼ା କରି ଚରଣକେ ଖଇରପଦର ନିଜର ଗଁାକେ ଆନିଥିଲେ। ଗଁାରେ ପୁହୁଁଚିଲା ଉତାରୁ ପିଲାମାନେ ଗଁାବାସୀକରନୁ ଚଁାଦା କରି ୨୨ ହଜାର ଟଁକା ଆମ୍ବୁଲାନ୍ସ ଭଡ଼ା ଦେଇଥିଲେ। ଏହେଦେ ଚରଣର ଚିକିସତ୍ା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇଆଡ଼େ ଚରଣ ଚିକିସତ୍ା ଅଭାବୁ ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିବାର ତାକର ମାଏକିନା ଚନ୍ଦ୍ରକାନ୍ତି ଆର ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି ଚରଣକୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ କରି ଚିକିସତ୍ା ସୁବିଧା ଯୁଗେଇ ଦେବାକେ ଖଇରପଦର ଗଁାବାସୀ ନୂଆପଡ଼ା ଜିଲାପାଲକୁଁ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ସାମାଜିକ କଲ୍ୟାଣ ସଂପ୍ରସାରଣ ଅଧ୍‌କାରୀ ନିର୍ମଳ ଧରୁଆକୁଁ ପଚରାଲାରୁ ସରକାରୀ ନିୟମ ହିସାବେ ଚରଣକୁଁ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କଥା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri