Odisha Elections 2024

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ନଗଡ଼ାରେ କରାଯାଇଥିଲା। ପ୍ରାୟ ୨୩ କୋଟି ଟଙ୍କା ବିନିଯୋଗରେ ରାସ୍ତା, ପାଣି, ବିଜୁଳି ଆଦି କ୍ଷେତ୍ରରେ ବିକାଶ ଉଦ୍ୟମ ହୋଇଥିଲା। ହେଲେ ନଗଡ଼ାବାସୀଙ୍କ ଆର୍ଥିକସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଫଳରେ ନଗଡ଼ାର ଶିଶୁମାନେ ଏବେ ଦାଦନ ଖଟିବାକୁ ଜିଲା ବାହାରକୁ ଯାଇଥିବା ଜଣାପଡିଛି। ଜଣେ ନାବାଳକ କୌଶଳକ୍ରମେ ସେଠାରୁ ଖସି ଆସିବାରେ ଏହା ଜଣାପଡ଼ିଛି। ପ୍ରତି ୫ ବର୍ଷରେ ସାଧାରଣ ନିର୍ବାଚନ ହେଉଥିଲେ ହେଁ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳର ସ୍ଥିତି ବଦଳେ ନାହିଁ ବୋଲି ଏହି ଦାଦନ ଘଟଣାରୁ ସ୍ପଷ୍ଟ ହେଉଛି।
ସୁକିନ୍ଦା ଖଣି ସମୃଦ୍ଧ ହୋଇଥିବାବେଳେ ଏହାର ଅଧିବାସୀ ଅଭାବ ଅନଟନରେ କାଳାତିପାତ କରୁଛନ୍ତି। ଖଣିରେ ଯାନ୍ତ୍ରିକ ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ସେଠାରେ ରୋଜଗାର ପାଉନାହାନ୍ତି। ଏହାସହ ରାଜ୍ୟ ବାହାର ଠିକାସଂସ୍ଥା ଜରିଆରେ ଅଣଓଡ଼ିଆମାନଙ୍କୁ ଅଧିକ ନିଯୁକ୍ତି ମିଳୁଛି। ଏଥିଯୋଗୁ ସୁକିନ୍ଦାର ଗରିବ ପରିବାରର ମୁରବିମାନେ ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ସହିତ ଶିଶୁମାନେ ମଧ୍ୟ ବାଧ୍ୟ ହେଉଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଧୂଳିସାତ ହୋଇଯାଉଛି। ମିଳିଥିବା ସୂଚନା ଅନୁସାରେ ନଗଡ଼ାରେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିକାଶ ନାମରେ ଖର୍ଚ୍ଚ କରାଯାଇଛି। ହେଲେ ବାସ୍ତବ ପକ୍ଷେ ଏଠାକାର ଜୁଆଙ୍ଗ ଆଦିବାସୀଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ। ରହିବା ପାଇଁ ପକ୍କାଘର, ବିଜୁଳି, ଆଲୋକ ଏବଂ ପିଇବା ପାଣିର ବ୍ୟବସ୍ଥା ସୁନିଶ୍ଚିତ ହୋଇଛି ସତ, ହେଲେ ନିଜର ପରମ୍ପରାଗତ ବୃତ୍ତିକୁ ସେମାନେ ହରାଇ ବସିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟକୁ ସାହାରା କରି ବଞ୍ଚିଆସୁଥିବା ଜୁଆଙ୍ଗ ଲୋକଙ୍କୁ ଆଜି ରୋଜଗାର ପାଇଁ ବାରଦୁଆର ହେବାକୁ ପଡୁଛି। ସରକାରଙ୍କ ପକ୍ଷରୁ ଚାଉଳ ଗଣ୍ଡାକ ମିଳୁଛି ସତ, ହେଲେ ଭାତ ସହିତ କେବଳ ଲୁଣ ବ୍ୟତୀତ ଅନ୍ୟ କିଛି ସେମାନଙ୍କୁ ମିଳୁନି। ମୁଗ, ବିରି, କୋଳଥ, ମାଣ୍ଡିଆ ଇତ୍ୟାଦି ପ୍ରଧାନ ଖାଦ୍ୟକୁ ସେମାନେ ଭୁଲି ଭୁଲିଗଲେଣି। ଦିନଥିଲା ଏ ସବୁ ଚାଷ କରି ଏହି ଉତ୍ପାଦଗୁଡ଼ିକୁ ବଦଳକରି ବା ବିକ୍ରିକରି ସେମାନେ ବର୍ଷକ ପାଇଁ ତେଲ ଲୁଣ ସଂଗ୍ରହ କରୁଥିଲେ। ଏବେ ନିଜର ଦୈନନ୍ଦିନ ତେଲ ଲୁଣ ଏବଂ ପୋଷାକ ନିମନ୍ତେ ସେମାନେ ନିଜ ଅଞ୍ଚଳ ଛାଡି ଅନ୍ୟତ୍ର ରୋଜଗାର ସନ୍ଧାନରେ ଯିବାକୁ ବାଧ୍ୟ ହୋଇଛନ୍ତି। ଖବର ଅନୁଯାୟୀ ନଗଡ଼ାର ତିନୋଟି ସାହି ତଳ ନଗଡ଼ା, ମଝି ନଗଡ଼ା ଆଉ ଉପର ନଗଡ଼ାରୁ ପ୍ରାୟ ୨୮ ଜଣ ଶିଶୁ ଶ୍ରମିକ ଜିଲା ବାହାରକୁ ଯାଇ ବାଲେଶ୍ୱର ଓ ଭୁବନେଶ୍ୱର ଅଞ୍ଚଳର ଏକ ମାଛ ଫ୍ୟାକ୍ଟ୍ରିରେ ନିୟୋଜିତ ଅଛନ୍ତି। ଏ ଅଞ୍ଚଳରେ ସକ୍ରିୟ ଥିବା ଦଲାଲଙ୍କ ପ୍ରଲୋଭନରେ ପଡି ସେଠାରେ ଦିନକୁ ୧୨ ଘଣ୍ଟା ଖଟିବାକୁ ବାଧ୍ୟ ହେଉଛନ୍ତି। ଜଣେ ଶିଶୁଙ୍କ ଅଭିଭାବକ ବାଟ ପ୍ରଧାନ କୁହନ୍ତି, ନଗଡ଼ାର ତିନୋଟି ସାହିର ପ୍ରାୟ ୨୮ ଜଣ ଯୁବତୀଯୁବକ ଉକ୍ତ ଜାଗାରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା ନାବାଳକ ଅଛନ୍ତି l ଜଣେ ନାବାଳକଙ୍କ କହିବା ମୁତାବକ, ତାଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଦଲାଲ ଜଣକ ମାସକୁ ୭ ହଜାର ଟଙ୍କା ଦରମା ଦେବାକୁ କହି କାମ କରିବାକୁ ନେଇଛନ୍ତି। ଦୁଇମାସ ଦୈନିକ ୧୨ ଘଣ୍ଟା ଖଟେଇବା ପରେ ତାଙ୍କୁ କେବଳ ଦିନକୁ ୩ ଥର ଖାଇବାକୁ ଦେଉଥିଲେ ଏବଂ ଦରମା ମାଗିବାରୁ ୨ ମାସର ମାତ୍ର ୩ ହଜାର ଟଙ୍କା ଦେଇଥିଲେ। ତେଣୁ ସେ ଏବଂ ତାଙ୍କ ଅନ୍ୟ ଜଣେ ସାଙ୍ଗ କାମ ଛାଡ଼ି ସେଠାରୁ ପଳେଇ ଆସିଛନ୍ତି l ତେବେ ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଅନ୍ୟ ପିଲାମାନଙ୍କୁ ମଧ୍ୟ ଠିକ ସେଇ ପରିଣାମ ଭୋଗିବାକୁ ପଡ଼ୁଥିବ l ଏ ସଂକ୍ରାନ୍ତରେ ସୁକିନ୍ଦା ବିଡିଓ ଅଭିଷେକ ସ୍ବାଇଁଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri