ଦାଦନଙ୍କ ଉପରୁ ମାମଲା ହଟାଅ

ନୂଆଦିଲ୍ଲୀ,୧୦ା୬: ଦାଦନ ଶ୍ରମିକଙ୍କ ବିରୋଧରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ଦାଏର ହୋଇଥିବା ମାମଲାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ସେମାନଙ୍କ ସହ ମାନବୀୟ ବ୍ୟବହାର କରୁ। ପ୍ରବାସୀମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତୁ। ଦାଦନ ଶ୍ରମିକଙ୍କ ସମସ୍ୟା ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିବା ସହ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ବଡ଼ ବଡ଼ ସହରରେ ଥିବା ଶ୍ରମିକମାନେ ଜୀବିକା ହରାଇ ଗାଁମୁହଁା ହୋଇଛନ୍ତି। ଅତି ଦୟନୀୟ ଅବସ୍ଥାରେ ସେମାନେ ଗାଁକୁ ଯାଉଥିବାବେଳେ ଦୁର୍ଦ୍ଦଶା ଭୋଗୁଥିବା ଦେଖି ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଜଷ୍ଟିସ୍‌ ଅଶୋକ ଭୂଷଣ, ଏମ୍‌.ଆର୍‌. ଶାହା ଏବଂ ଏସ୍‌.କେ. କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଦାଦନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପ୍ରସଙ୍ଗରେ ଶୁଣାଣି କରି କହିଛନ୍ତି, ଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ ନିଜ ଘରକୁ ଫେରିବା ପାଇଁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରବାସୀ ଶ୍ରମିକମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ରୁଜୁ କରାଯାଇଥିବା ସମସ୍ତ ମାମଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଦାଦନଙ୍କ ପ୍ରତି ମାନବୀୟ ବ୍ୟବହାର କରିବେ। ଯେଉଁ ଶ୍ରମିକମାନେ କର୍ମସ୍ଥଳରେ ଜୀବିକା ହରାଇ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚିହ୍ନଟ ପରେ ନାମ ପଞ୍ଜୀକରଣ କରାନ୍ତୁ। ଗାଁକୁ ଫେରି ନ ଥିବା ଅବଶିଷ୍ଟ ଶ୍ରମିକଙ୍କୁ ମଙ୍ଗଳବାରଠାରୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତୁ। କେନ୍ଦ୍ର ସରକାର/ରେଲଓ୍ବେ ଅନୁରୋଧ କରାଯିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଯୋଗାଇଦେବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଶ୍ରମିକମାନେ ସହରକୁ ଫେରି ନିଜ କାମରେ ଯୋଗଦେବାକୁ ଚାହୁଁଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରମାନେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ। କାର୍ଯ୍ୟରେ ପୁନଃ ଯୋଗଦାନ ପୂର୍ବରୁ ସେମାନଙ୍କୁ ଉପଯୁକ୍ତ କାଉନ୍‌ସେଲିଂ କରାଇବେ। ଏଥିସହିତ ପ୍ରବାସୀମାନଙ୍କ ଦକ୍ଷତା ଯାଞ୍ଚ ପରେ ସେମାନଙ୍କୁ ପୁନଃ ଥଇଥାନ କରିବା ଲାଗି ନିଯୁକ୍ତି ଯୋଜନା ପ୍ରଣୟନ କରିବେ। ଶ୍ରମିକଙ୍କ ମଙ୍ଗଳ ଓ ନିଯୁକ୍ତି ସମ୍ପର୍କିତ ଯୋଜନାଗୁଡ଼ିକ ନେଇ ପର୍ଯ୍ୟାପ୍ତ ଭାବେ ଗଣମାଧ୍ୟମରେ ପ୍ରକାଶିତ କରି ସେମାନଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ସେହିପରି ବିଭିନ୍ନ ଯୋଜନାର ସୁଫଳ ଦାଦନ ଶ୍ରମିକଙ୍କ ପାଖରେ ଯେପରି ପହଞ୍ଚତ୍ପାରିବ ତାହା ମଧ୍ୟ ସରକାର ସୁନିଶ୍ଚିତ କରିବେ। ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ଜୁଲାଇରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri