ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌: ମୁରତୁ ସଂଗେ ଯୁଝୁଛନ୍‌ ଦଧି

ଅମରପାଲି, ୨୨।୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍‌ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲା ବେଲେ ଟଁକା ପଏସା ଅଭାବୁ ଉଷୋକଷା ଘିନି ଖାଇ ନାଇଁ ପାରବାର। ଯେନ୍‌ଥିରଲାଗି ରୋଗ୍‌ କମବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ତାକର ପାସେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ଥିଲେ ବି କାମେ ନାଇଁ ଲାଗବାର ବଲି ସେ ଅଭିଯୋଗ କରିଛନ୍‌।
ସୂଚନା ହିସାବେ ଅମରପାଲିର ଦଧି ବାଘକଁର ପରିବାର କହେଲେ ମାଏକିନା, ଆର ୪ ଝି’କେ ନେଇ ତାକର ସଁସାର। ଉପରର ଦୁଇ ଝି’କେ ଦୁଖ୍‌ସୁଖ୍‌ କରି ବିହାଚୁରା କରିଛନ୍‌। ସେ ନିହାତି ଗରିବ୍‌, ଜମି କହେଲେ ଅଧ୍‌ ଏକର ରହିଛେ। ଏନ୍‌ତାଥି ସେ କୁଲି ମଜୁରି କରି ନିଜର କୁଟୁମ ପୁଷୁଥିଲେ। ଗଲା ଜାନୁୟାରୀ ମାସେ ତାହାକୁ ଲଗାତାର ଜର ହେଲା। ସେ ବୀରମହାରାଜପୁର, ସୋନପୁର ଆର ବଲାଙ୍ଗୀର ଡାକତରଖାନାକେ ଯାଇ ଚିକିସତ୍ା କରାଲେ। ହେଲେ ଦିହିପା ଭଲ ନାଇଁ ହେଲା, ସମ୍ବଲପୁର ଡାକ୍‌ତରଖାନା ଯାଇ ପରୀକ୍ଷା ନିରୀକ୍ଷା କଲେ। ସେଠାନେ ସେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନବାକେ ପାଏଲେ। ଶେଷେ ଚିକିସତ୍ା ଲାଗି ସେ ବୁର୍ଲା ଡାକ୍‌ତରଖାନାରେ ୧୫ ଦିନ୍‌ ଭରତି ହେଇ ଚିକିସତ୍ିତ ହେଲେ। ଏନ୍‌ତା ପରିସ୍ଥିତିରେ ଘରେ ଥିବାର ଦୁଇ ଅବିହାରି ଝି’ କୁଲି ମଜୁରି କରି ପରିବାର ଚଲାବାର ସଂଗେ ବାପର ଚିକିସତ୍ା ଖରଚ୍‌ ତୁଲଉଛନ୍‌। ଦଧିର ଚିକିସତ୍ା ଲାଗି ଜମିବାଡ଼ି ଯାହାଥିଲା ଗହନା କରି ପରିବାଟା ସରବ୍‌ସୁଅଁାତ ହେଇଯାଇଛନ୍‌। ତାକର ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ବି ରହିଛେ। ହେଲେ ଦଧି ଚିକିସତ୍ା ବେଲେ କାର୍ଡର କିଛି ଲାଭ ନାଇଁପାଇ। ଏନ୍‌ତା କି ତାହାକୁ ମାହାଲିଆ ଉଷୋକଷା ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ଏହେଦେ ବି ରୋଗ୍‌ ଦାଉ ସାଧୁଛେ, ସେଥିରଲାଗି ଲାଗବରମସ କରି ସେ କଟକରେ ଚିକିସତ୍ା କରଉଛନ୍‌। ହେଲେ ଟଁକା ପଏସା ଅଭାବୁ ଉଷୋ ଘିନି ଖାଇ ନାଇଁପାରବାର। ସେନ୍‌ତା ଦଧି ଅଂଚଲର ଝନେ ନଁା କରା ସଂକୀରତନ କଳାକାର। ହେଲେ ତାହାକୁ ୬୦ ଟପିଥିଲେ ବି ଆଏଜତକ୍‌ କଳାକାର ଭତା ପାଏବାରୁ ବଁଚିତ ଅଛନ୍‌। ସୂଚନା ଅନ୍‌ସାରେ ଅମରପାଲି ଗଁାରେ ଦିନୁଦିନ୍‌କେ କିଡ଼୍‌ନୀ ରୋଗ୍‌ ବହପୁଛେ। ଇ ଦିଗେ ଅଭିଯୋଗ କଲେ ବି ସୁଆସ୍‌ତିଅ ବିଭାଗ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ବଛର କେତେଟା ଭିତରେ ଗଁାର ୧୦ରୁ ୧୫ ଝନ୍‌ କିଡ଼୍‌ନୀ ରୋଗ୍‌ରେ ମରି ସାରିଛନ୍‌, ଏହେଦେ ୪୦ରୁ ଅଧ୍‌କା ଲୋକ୍‌ ପୀଡ଼ିତ ଥିବାର ଜନାଯାଇଛେ। ଇ ଦିଗେ ଜିଲା ପରଶାସନ, ସୁଆସତିଅ ବିଭାଗ ଧିଆନ୍‌ ଦେଇ ଯେତେ ଜଲଦି ହେବା ପଦକ୍ଷେପ ନେବାର ସଂଗେ ଦଧିକେ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri