Posted inରାଜ୍ୟ

ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୫।୯ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ସାମିଲ ହୋଇଛନ୍ତି। ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରୁ ବାଦ୍‌ ପଡ଼ିବା ପରେ ଆସାମ ସମେତ ଦେଶବ୍ୟାପୀ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଥିଲା ଆସାମକୁ ବେଆଇନ ଭାବେ ଅନୁପ୍ରବେଶ କରିଥିବା ବାଂଲାଦେଶୀ ମୁସଲମାନଙ୍କୁ ତଡ଼ିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। କିନ୍ତୁ ୧୯୬୦ ପୂର୍ବରୁ ପୂର୍ବ ପାକିସ୍ତାନରୁ ଆସିଥିବା ହିନ୍ଦୁମାନେ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଯାଇଛନ୍ତି। ଏନ୍‌ଆର୍‌ସି ଏବେ ଆସାମରେ ବିଭେଦର ରେଖା ଟାଣିଥିବା ବେଳେ ଓଡ଼ିଶା ସମେତ ଅନ୍ୟାନ୍ୟ କେତେକ ରାଜ୍ୟରେ ସମାନ ବ୍ୟବସ୍ଥା ଲାଗୁ କରାଗଲେ ଅନୁପ୍ରବେଶକାରୀମାନଙ୍କୁ ଠାବ କରାଯାଇପାରିବ ବୋଲି କଥା ଉଠିଲାଣି। ଏଭଳି ସ୍ଥଳେ କେଉଁମାନେ ନାଗରିକତ୍ୱ ପାଇବା ପାଇଁ ହକ୍‌ଦାର ଓ ଏଥିଲାଗି ରହିଥିବା ସର୍ତ୍ତ ପୂରଣ କିଭଳି ହୋଇପାରିବ ତାହା ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଆସାମରେ ଏନ୍‌ଆର୍‌ସି ଚିଠା ତାଲିକାରୁ ପ୍ରଥମେ ଯେଉଁମାନେ ବାଦ୍‌ ପଡିଥିଲେ, ସେମାନଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟ ବର୍ଷକ ତଳେ (୫ ସେପ୍ଟେମ୍ବର ୨୦୧୮) ୧୦ଟି ଦଲିଲର ପ୍ରମାଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ଅନ୍ୟ ପକ୍ଷମାନଙ୍କ ମତାମତ ଲୋଡ଼ିଥିଲେ। ଏନେଇ ଅଦାଲତ ଆସାମ ପବ୍ଲିକ୍‌ ଓ୍ବାର୍କସ, ଆସାମ ସମ୍ମିଳିତ ମହାସଂଘ, ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଦୋଲାଣ୍ଡ (ପ୍ରୋଗ୍ରେସିଭ୍‌), ଇଣ୍ଡିଜେନିଅସ୍‌ ଟ୍ରାଇବାଲ ପିପୁଲ୍ସ ଫେଡେରେଶନ, ଅଲ୍‌ ଆସାମ ଭୋଜପୁରୀ ପରିଷଦ, ବଙ୍ଗାଳୀ ଶରଣାର୍ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି, ଅଲ୍‌ ଆସାମ ମାଇନରିଟି ଷ୍ଟୁଡେଣ୍ଟସ୍‌ ୟୁନିୟନ ଏବଂ ଜାମିଆତ ଉଲେମା-ଇ-ହିନ୍ଦ୍‌ ସଂଗଠନକୁ ମଧ୍ୟ ଜବାବ ମାଗିଥିଲେ। ତେବେ ନାଗରିକତ୍ୱ ହାସଲ ସକାଶେ ୧୦ଟି ପରିଚୟ ଦସ୍ତାବିଜ୍‌ ପ୍ରାମାଣିକ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ରୋହିଣ୍ଟନ ଫଲି ନରିମାନ କହିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ଆସାମରେ ଏନ୍‌ଆରସି ଚିଠା ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୨ କୋଟି ୮୯ ଲକ୍ଷ ୮୩ ହଜାର ୬୭୭ ଜଣ ସାମିଲ ହୋଇଥିଲେ। ୩ କୋଟି ୨୯ ଲକ୍ଷ ୯୧ ହଜାର ୩୮୪ ଜଣ ଆବେଦନ କରିଥିବାବେଳେ ୪୦ ଲକ୍ଷ ୭ ହଜାର ୭୦୭ ଜଣ ତାଲିକାରୁ ବାଦ୍‌ ପଡିଥିଲେ। ସେମାନଙ୍କ ମଧ୍ୟରୁ ପ୍ରକୃତ ଯୋଗ୍ୟଙ୍କୁ ଏନ୍‌ଆର୍‌ସିରେ ସାମିଲ କରିବା ପାଇଁ ଏହାର ଆସାମ ଆବାହକ ପ୍ରତୀକ ହାଜେଲା ଦେଇଥିବା ପରିଚୟ ଦସ୍ତାବିଜ୍‌ ପ୍ରସ୍ତାବ ମଧ୍ୟରୁ ଜଷ୍ଟିସ ରଞ୍ଜନ ଗୋଗୋଇ ଓ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୦ଟିକୁ ଚୟନ କରିଥିଲା। ସେଗୁଡ଼ିକ ହେଲା-ଜମି ପଟ୍ଟା, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଏଲ୍‌ଆଇସି ପଲିସି, ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ପାଇଥିବା ଲାଇସେନ୍ସ ଅଥବା ପ୍ରମାଣପତ୍ର, ସରକାରୀ କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନୀରେ ନିଯୁକ୍ତି ସମ୍ପର୍କିତ ଦସ୍ତାବିଜ୍‌, ବ୍ୟାଙ୍କ କିମ୍ବା ପୋଷ୍ଟଅଫିସ୍‌ ଆକାଉଣ୍ଟ, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇସ୍ୟୁ ହୋଇଥିବା ଜନ୍ମ ପ୍ରମାଣପତ୍ର, ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟ ଦେଇଥିବା ଶିକ୍ଷାଗତ ପ୍ରମାଣପତ୍ର, ବିଚାର ବିଭାଗୀୟ ରେକର୍ଡ ଏବଂ ରାଜସ୍ବ ଅଦାଲତର ରେକର୍ଡ। ଏହିସବୁ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ରହିଥିବା ଆବଶ୍ୟକ ବୋଲି ଏନ୍‌ଆର୍‌ସିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri