ଦଲାଲ ଷ୍ଟ୍ରିଟକୁ କରୋନା ଝଟକା

ମୁମ୍ବାଇ,୨୯-୨: କରୋନା ଭାଇରସର ପ୍ରଭାବ ବିଶ୍ୱ ବଜାରରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଦେଶର ଦଲାଲ ଷ୍ଟ୍ରିଟର ପୁଞ୍ଜି ବଜାରକୁ କରୋନା ଭାଇରସ ଝଟକା ଲାଗିଛି। ଶୁକ୍ରବାର ବଜାରନରେ ଅନିଶ୍ଚିତା ଲାଗି ରହିବା କାରଣରୁ ଶେୟାର କାରବାର କ୍ଷତିଗ୍ରସ୍ତ ହେବା ସହ ନିବେଶକଙ୍କୁ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ନିବେଶକଙ୍କ ସମ୍ପତ୍ତିରେ ୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଥିବା ଜଣାପଡ଼ିଛି। ସେନ୍‌ସେକ୍ସ ଲଗାତର ଭାବେ ୬ଟି ଶେସନ ଲାଗି କାରବାର ନିମ୍ନରେ ରହିଛି। ଏହି ସମୟରେ ସେନ୍‌ସେକ୍ସରେ ୧୪୪୮ ପଏଣ୍ଟ ହ୍ରାସ ଘଟିଛି। ଦିନ ମଧ୍ୟରେ କାରବାର ୧୫୨୫ ପଏଣ୍ଟ ଖସିବା ଯୋଗୁ ୩୦ ଶେୟାର ବିଶିଷ୍ଟ ସେନସେକ୍ସ କାରବାର ଶେଷ ହେବା ବେଳକୁ ୧୪୪୮.୩୭ ପଏଣ୍ଟ ବା ୩.୬୪% ନିମ୍ନରେ ରହି ୩୮,୨୯୭.୨୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୪୩୧.୫୫ ପଏଣ୍ଟ ବା ୩.୭୧% ଖସିବା ଯୋଗୁ ଏହା ୧୧,୨୦୧.୭୫ ସ୍ତରରେ ବନ୍ଦ ହୋଇଛି।
କରୋନାର ପ୍ରଭାବ ସାରା ବିଶ୍ୱରେ ତ୍ୱରିତ ବେଗରେ ବ୍ୟାପୁଥିବା ଆଶଙ୍କା କରି ନିବେଶକମାନେ ଭୟଭୀତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। କରୋନା ଯୋଗୁ ବିଶ୍ୱ ସ୍ତରର ଅର୍ଥ ବ୍ୟବସ୍ଥା ଅଧିକ ମାତ୍ରାରେ ପ୍ରଭାବିତ ହେବା ନେଇ ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଏହି ଭାଇରସ ଯୋଗୁ ୮୩,୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ନିବେଶକଙ୍କ ତୁଳନାରେ ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ ଅର୍ଥ ପ୍ରତ୍ୟାହାର କରି ନେଉଛନ୍ତି। ଷ୍ଟକ ବଜାର ଡାଟା ମୁତାବକ ଏହି ନିବେଶକମାନେ ନେଟ୍‌ ଭିତ୍ତିରେ ପ୍ରାୟ ୯,୩୮୯ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଘରୋଇ ବଜାର ବାଦ ସାଂଘାଇ , ହଂକଂ, ସିଓଲ ଏବଂ ଟୋକିଓର ଶେୟାର ବଜାର କାରବାର ପ୍ରାୟ ୩.୭୧% ନିମ୍ନରେ ରହିଛି। ସେହିଭଳି ୟୁରୋପର ଷ୍ଟକ ବଜାର ମଧ୍ୟ ୪% ଖସିଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ୩.୩୮% ଖସିଥିବା ବେଳେ ଭାରତୀୟ ମୁଦ୍ରା ୫୫ ପଇସା ନିମ୍ନରେ ରହି ଡଲାର ତୁଳନାରେ ଏହାର ମୂଲ୍ୟ ୭୨.୧୬ ସ୍ତରରେ ରହିଛି। ଏହି ସମୟରେ ଅଟୋମୋବାଇଲ ଷ୍ଟକ କାରବାର ୧୧% ହ୍ରାସ ଘଟିଛି। ବିଭିନ୍ନ କ୍ଷେତ୍ରରେ ସୂଚୀରେ ୭% ହ୍ରାସ ହୋଇଥିବା ନଜରକୁ ଆସିଛି। ବଜାରର ୨୦୧୧ ଷ୍ଟକର କାରବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେନସେକ୍ସର ୪୬୫ ଷ୍ଟକ କାରବାର ସକାରାତ୍ମକ ଏବଂ ୧୫୩ ଷ୍ଟକ କାରବାର ଅପରିବର୍ତ୍ତିତ ରହିଛି। ଏହାବାଦ ବେସାମରିକ ବିମାନ ଚଳାଚଳ ଷ୍ଟକ କାରବାର ୫% ହ୍ରାସ ଘଟିଥିବା ବଜାର ଡାଟାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri