ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ସପ୍ତାହକରେ ‘ସାହୋ’ କରିଛି ୧୧୫ କୋଟି ବ୍ୟବସାୟ

ନିର୍ଦ୍ଦେଶକ ସୁଜିତ୍‌ ରେଡ୍ଡୀଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାର ଗୋଟିଏ ସପ୍ତାହ ପୂରିଛି। ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ବେଶ୍‌ ଭଲ ବ୍ୟବସାୟ କରିଛି। ସପ୍ତାହକ ମଧ୍ୟରେ କେବଳ ହିନ୍ଦୀ ଭାଷାରେ ୧୧୫.୭୮ କୋଟି ବ୍ୟବସାୟ କରିଛି। ଚଳିତବର୍ଷ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ମଧ୍ୟରେ ଏହା ଚତୁର୍ଥ। ପୂର୍ବରୁ ଗୋଟିଏ ସପ୍ତାହରେ ଭାରତ ୧୬୭.୬୦ କୋଟି, କବୀର ସିଂହ ୧୩୪.୪୨ କୋଟି ଏବଂ ମିଶନ ମଙ୍ଗଳ ୧୨୧.୨୩ କୋଟି ବ୍ୟବସାୟ କରିଥିଲା।

ଫିଲ୍ମଟି ନିର୍ମାଣ ହେବାକୁ ପ୍ରାୟ ୨ ବର୍ଷ ଲାଗିଥିଲା। ବିଗ୍‌ ବଜେଟ୍‌ର ଏହି ଆକ୍ସନ ଫିଲ୍ମରେ ପ୍ରଭାସ, ଶ୍ରଦ୍ଧା କପୁରଙ୍କ ବ୍ୟତୀତ ନୀଲ ନୀତିନ୍‌ ମୁକେଶ, ଚଙ୍କି ପାଣ୍ଡେ, ମହେଶ ମଞ୍ଜେରକର ଏବଂ ଜ୍ୟାକି ଶ୍ରଫ୍‌ ଅଭିନୟ କରିଛନ୍ତି। ବିଶ୍ୱସ୍ତରରେ ଯଦି ଫିଲ୍ମର ବ୍ୟବସାୟକୁ ଆକଳନ କରାଯାଏ ତେବେ ରିଲିଜ୍‌ ହେବାର ୫ ଦିନରେ ୩୫୦ କୋଟିରୁ ଊର୍ଦ୍ଧ୍ୱ କମାଇଛି।

Share