ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ
ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସିନେ ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାଇ ପୋ ଚେ, ଏମ.ଏସ୍‌‌ଧୋନି, ଚ୍ଛିଚୋରେ ଭଳି ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡରେ ଏକ ନୂତନ ସ୍ଥାନ ସୃଷ୍ଟି କରିଥିଲେ। ତେବେ ଏଯାଏ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ସୁଶାନ୍ତ ବିବାହ କରି ନ ଥିବାବେଳେ ଗତ କିଛି ଦିନ ହେବ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ନାମ ଯୋଡାଯାଉଥିଲା। କିନ୍ତୁ ଅଙ୍କିତା ଲୋଖଣ୍ଡେଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଏକ ଉଦାହରଣ ଥିଲା। ସିରିଏଲ ପବିତ୍ର ରିସ୍ତା ପାଇଁ ଉଭୟଙ୍କୁ ଘରେ ଘରେ ମାନବ ଓ ଅର୍ଚ୍ଚନା ନାମରେ ପରିଚିତ ଥିଲେ। ଅର୍ଚ୍ଚନାଙ୍କ ସହ ମାନବଙ୍କ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଥିଲା।

ପବିତ୍ର ରିସ୍ତାରୁ ଅଙ୍କିତା ଲୋଖଣ୍ଡେ ମଧ୍ୟ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେହି ସମୟରେ ଅଙ୍କିତାଙ୍କ ସହ ଅଭିନୟକୁ ନେଇ ସୁଶାନ୍ତ ଚର୍ଚ୍ଚାରେ ରହୁଥିଲେ। ଏହି ଦୁଇଜଣଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ମାତ୍ର ସୋ ଶେଷ ହେବା ପରେ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଥିଲା ଏବଂ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଥିଲା

ଧାରାବାହିକରେ ଯେପରି ଉଥାନ ପତନ ଥିଲା। ବାସ୍ତବରେ ମଧ୍ୟ ତାଙ୍କ ସମ୍ପର୍କ ଉଥାନ ପତନ ଦେଇ ଗତି କରିଥିଲା।

କୁହାଯାଏ ଧାରାବାହିକ ହେଉ ଅବା ଚଳଚ୍ଚିତ୍ର କାହାଣୀ ଶେଷରେ ସବୁ କିଛି ଠିକ୍‌ ହୋଇ ଯାଇଥାଏ। ମାତ୍ର ବାସ୍ତବରେ ତାହା ଠିକ୍‌ ହେବା କଷ୍ଟକର । ଏପରି କିଛି ଘଟିଲା ଉଭୟଙ୍କ ଜୀବନରେ ।ଦୁହେଁ ପରସ୍ପରଠାରୁ ଅଲଗା ହୋଇଗଲେ।

ସୁଶାନ୍ତଙ୍କୁ ପ୍ରଥମ ଥର ପାଇଁ ଅଙ୍କିତା ପବିତ୍ର ରିସ୍ତା ସୁଟିଂ ସେଟ୍‌ରେ ଦେଖିଥିଲେ। ସେବେଠାରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ପ୍ରୟତଃ ଏକାଠି ଦେଖାଯାଉଥିଲେ। ଏହି ଯୋଡି ଡ୍ୟାନ୍ସ ଭିତ୍ତିକ ଡ୍ୟାନ୍ସ ରିୟଲିଟି ସୋ ଝଲକ ଦିଖଲା ଜାରେ ଅଂଶଗ୍ରହଣ କରିଥିଲେ। ପରେ ବୋଧହୁଏ ଦୁହିଁଙ୍କର ପବିତ୍ର ସମ୍ପର୍କରେ କାହାର ଦୃଷ୍ଟି ପଢ଼ିଥିଲା।

ପବିତ୍ର ରିସ୍ତା ଶେଷ ହେବା ପରେ ସୁଶାନ୍ତ ଅନେକ ଚଳଚ୍ଚିତ୍ରରୁ ଅଫର ପାଇ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କଲେ। ପରେ ଅଙ୍କିତା ସହ ତାଙ୍କ ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଦୋଷ ଦେଇ ନ ଥିଲେ। ମାତ୍ର ଚ୍ଚଳଚିତ୍ର ଚ୍ଛିଚୋରେ ସବୁ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ ବାର୍ତ୍ତା ଦେଇଥିବା ସୁଶାନ୍ତ କିଭଳି ଆତ୍ମହତ୍ୟା କଲେ ତାହା ପ୍ରଶଂସକ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri