ଦରଦୀ ଅଭିନେତା ଆକାଶ

ଓଡ଼ିଆ ଯାତ୍ରା ଜଗତରେ ଆକାଶ ନନ୍ଦ ଏକ ପରିଚିତ ନଁା। ଦରଦୀ ଗଳା। ସମୁଦ୍ର ପରି ଗଭୀର ଦୁଇ ଆଖିର ଚାହାଣି। ତାଙ୍କୁ ଦେଖିଲେ ଲାଗେ ଯେମିତି ଅନେକ କିଛି ଦୁଃଖ ଦରଦ ସାଇତା ହୋଇରହିଛି ତାଙ୍କ ଚାହାଣିରେ, ଭଙ୍ଗୀରେ। ମାତ୍ର ସେସବୁ ବାହାରକୁ ଫିଟୁନି। ସେଇ ଫିଟୁ ନ ଥିବା ଦୁଃଖ ଯେତେବେଳେ ତାଙ୍କ ସ୍ବରରେ ସଂଳାପ ହୋଇ ବାହାରେ ସେତେବେଳେ ଦର୍ଶକଟିଏ କାନ୍ଦିବାକୁ ବାଧ୍ୟହୁଏ। ଅନେକ ନାଟକରେ ରହିଛି ତାଙ୍କର ଦରଦୀ ଅଭିନୟ। ଭଦ୍ରକ ଜିଲାର ଭଣ୍ଡାରୀ ପୋଖରୀଠାରେ ଜନ୍ମଗ୍ରହଣ କରିଥିବା ଆକାଶ ଯାତ୍ରାକୁ ଆସନ୍ତି ୨୦୦୫ ଅଗଷ୍ଟ ୫ ତାରିଖରେ। ବାଣେଶ୍ୱରୀରେ ଯୋଗ ଦେଇ ସେ ତାଙ୍କ ଅଭିନୟ ଜୀବନର ଅୟମାରମ୍ଭ କରନ୍ତି। ଅନେକେ ଏକଥା ଜାଣି ନ ଥିବେ ଯେ, ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟାଭିନେତା ବ୍ରଜ ପାଣି ହେଉଛନ୍ତି ତାଙ୍କ ମାମୁ। ପିଲାଟି ଦିନରୁ ତ ସେ ଯାତ୍ରା ପ୍ରତି ଆକୃଷ୍ଟ ଥିଲେ। ମାତ୍ର ମାମୁ ତାଙ୍କୁ ନାଲି ଆଖି ଦେଖେଇ କହିଥିଲେ, ଆଗ ପାଠପଢ଼। ତା’ପରେ ଯାତ୍ରାକୁ ଯିବୁ କି ସିନେମା କରିବୁ। ବାପାମା’ଙ୍କର ଗୋଟିଏ ବୋଲି ପୁଅ। ତେଣୁ ତାଙ୍କର କୌଣସି କାମକୁ ନେଇ ବାପାମା’ଙ୍କର କିଛି ବି ଆପତ୍ତି ନ ଥିଲା। ମାମୁଙ୍କ କଥାମାନି ପାଠ ପଢ଼ିଲେ ଆକାଶ। ପ୍ଲସ୍‌ ଟୁ ପାସ୍‌ କଲେ। ଆଉ ଅଭିନୟ ଠାରୁ ନିଜକୁ ଅଧିକ ଦିନ ଦୂରେଇ ରଖିବା ସମ୍ଭବ ହେଲାନାହିଁ। ଭୁବନେଶ୍ୱର ଚାଲିଆସି ‘ମୁକ୍ତି ଥିଏଟର’ରେ କାମ କଲେ। ଅଭିନୟର ବ୍ୟାକରଣ ପଢ଼ିଲେ। ଶେଷରେ ଆସିଲେ ଯାତ୍ରାକୁ। ତାଙ୍କର ପ୍ରଥମ ନାଟକ ଥିଲା ‘ସଜେଇ ଦିଅଲୋ ବେଦିକି ଯିବି’। ଏଥିରେ ଏକ ସୁନ୍ଦର ଭୂମିକା ମିଳିଥିଲା ତାଙ୍କୁ। ତାଙ୍କ ଚରିତ୍ର ତଥା ଆଙ୍ଗିକ ଗଠନକୁ ବେଶ୍‌ ସୁହାଉଥିଲା ସେ ଚରିତ୍ର। ବାସ୍‌, ଆଉ ପଛକୁ ଚାହିଁ ନାହାନ୍ତି ସେ। ବାଣେଶ୍ୱରୀ ପରେ ସୋମନାଥ ଅପେରା, ଇଷ୍ଟର୍ନ ଅପେରା, କଳିଙ୍ଗ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ରଙ୍ଗମହଲ ଆଦି ପ୍ରତିଷ୍ଠିତ ଯାତ୍ରାନୁଷ୍ଠାରେ କାମ କରି ସେ ଏବେ ଆସି ପହଞ୍ଚତ୍ଛନ୍ତି ଚଳିତବର୍ଷ ନୂଆକରି ଗଢ଼ି ଉଠିଥିବା ‘ରାଜଧାନୀ ଅପେରା’ରେ। ଇତିମଧ୍ୟରେ ଦୀର୍ଘ ୧୪ବର୍ଷ ବିତିଗଲାଣି ଯାତ୍ରା ଜଗତରେ। ବହୁ ନାଟକରେ ଅଭିନୟ କରି ସେ ସଫଳ ହୋଇଛନ୍ତି। ସେଥିମଧ୍ୟରୁ କେତୋଟି ହେଉଛି ‘ଭୁଲ ବୁଝିବନି ରହିଲା ରାଣ’, ‘ଝିଅମାନଙ୍କୁ ସଲାମ କର’, ‘ସବୁଦିନେ ସେଇ ଗୋଟିଏ କଥା’, ‘ସତ ସବାରିରେ ମିଛ କନିଆ’, ‘ଗ୍ୟାଙ୍ଗ୍‌ଷ୍ଟର’, ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ ନା ବାଡୁଅ ଅଛ’, ‘କେମିତି ରାତି ସେ କେମିତି ସାଥୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ରାଜଧାନୀ ଅପେରା’ରେ ତାଙ୍କର ନାଟକ ମଧ୍ୟରେ ରହିଛି ମୁକ୍ତିକାନ୍ତ ନାୟକଙ୍କ ରଚିତ ଏବଂ ନିର୍ଦ୍ଦେଶିତ ‘କଳିଯୁଗ କୁନ୍ତି’। ଏଥିରେ ତାଙ୍କୁ ଏକ ଦମ୍‌ଦାର ଭୂମିକା ମିଳିଛି ବୋଲି କୁହନ୍ତି ଏହି ଅଭିନେତା। ସେ ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ଆକାଶଙ୍କ ମତରେ ଦର୍ଶକ ତାଙ୍କୁ ପଜିଟିଭ୍‌ ଚରିତ୍ରରେ ଦେଖିବାକୁ ବେଶି ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri