ଦନ୍ତା ହାତୀର ମୃତଦେହ ଠାବ

ସାତମାଇଲି,୧୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲାଠାରେ ବୁଧବାର ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ଶିକାରି ଦ୍ୱାରା ଏକ ବିଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ମଙ୍ଗଳବାର ରାତିରୁ ହାତିଟି ମରିଥିବା ବେଳେ ବନ ବିଭାଗ କର୍ମଚାରୀ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗର କର୍ତ୍ତବ୍ୟପରାୟଣତା ଉପରେ ଏହା ପ୍ରଶ୍ନବାଚି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।