ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ବାଲିଶଙ୍କରା, ୨୫।୧ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ଉଜ୍ଜଳପୁର ରେଞ୍ଜ କିଞ୍ଜିରକେଲା ସେକ୍ସନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଶନିବାର ସକାଳ ୬ଟାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଆନନ୍ଦ ପ୍ରକାଶ ତିର୍ଗା (୬୦)। ତାଙ୍କ ଘର ଓଡ଼ିଶା ସୀମାନ୍ତ ଛତିଶଗଡ଼ର ତୁମୁଲା ଥାନା ସୁନାଜୁରୀ (ଶାଗଯୋର) ଗ୍ରାମରେ।
ସୁନାଜୁରୀ ଓ ବାଲିଶଙ୍କରା ବ୍ଲକର ସୀମାନ୍ତ ଗ୍ରାମର ଲୋକେ ଗମ୍ବେରଛକଠାରେ ବସ ଚଢି ବିଭିନ୍ନ ଅଞ୍ଚଳକୁ ଯିବା ଆସିବା କରନ୍ତି। ଏହି ଛକ ଛତିଶଗଡ଼ ରାଜ୍ୟ ଜଙ୍ଗଲ ନିକଟରେ ଅବସ୍ଥିତ। ସକାଳ ୬ଟାରେ ଆନନ୍ଦ ପ୍ରକାଶ ଓ ତାଙ୍କ ସ୍ତ୍ରୀ ସିବିରିଆ ଡାକ୍ତରଖାନା ଯିବା ପାଇଁ ଗମ୍ବେରଛକ ବସଷ୍ଟାଣ୍ଡ ନିକଟରେ ଠିଆ ହୋଇଥିଲେ। ଦନ୍ତାହାତୀ ହଠାତ ପହଞ୍ଚତ୍ ଆନନ୍ଦ ପ୍ରକାଶଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଟେକିନେଇ କିଛି ଦୂରରେ ଓଡ଼ିଶା ସୀମା ଭିତରେ କଚାଡି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ତ୍ରୀ ଏହା ଦେଖି ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିଲେ। ସେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ପରେ ଚେତା ଆସିବାରୁ ଲୋକମାନଙ୍କୁ ଜଣାଇଥିଲେ।
ଖବରପାଇ ଉଜ୍ଜଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହୀରା, କିଞ୍ଜିରକେଲା ଫରେଷ୍ଟର ଅଶ୍ୱିନୀ କୁମାର ପଟେଲ, ଫରେଷ୍ଟଗାର୍ଡ ରାମଲାଲ ଓରାମ, ଜୟପ୍ରକାଶ ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ଗୋକୁଳା ଭୈସାଲ, କୃଷ୍ଣ ଚିତା, ବନୀ ଏକ୍କା, ସୁଶାନ୍ତ ଏକ୍କା, ହଲିନ ସେଠ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଛତିଶଗଡ଼ ରାଜ୍ୟ ସୀମାରେ ଦନ୍ତା ହାତୀ ଆକ୍ରମଣ କରି ଓଡିଶା ରାଜ୍ୟ ସୀମାରେ କଚାଡି ଦେଇଥିବାରୁ ଖବରପାଇ ତୁମୁଲା ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡଛି। ପରିବାରଙ୍କୁ ସରକାରୀ ସହାୟତା ପାଇଁ ଦାବି ହେଉଛି।