ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ଜୀବନଗଲା

ପରଜଙ୍ଗ,୨୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବୀରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ରୋଡ଼ ପଞ୍ଚାୟତ କୁନ୍ଦନଦେଇପୁର ଗ୍ରାମ ଗୁଡ଼ିଆନାଳି ବେରଣା ନିକଟରେ ଦନ୍ତାହାତୀ ଆକ୍ରମଣରେ ଶୁକ୍ରବାର ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ରୋଡ୍‌ ଗାଁର ଶ୍ରୀକାନ୍ତ ମୁଦୁଲି(୩୮)। ଶ୍ରୀକାନ୍ତ ସକାଳୁ କ୍ଷେତରେ ଧାନ କାଟୁ ଥିବା କାମ ସମୟରେ ପଛପଟୁ ଦନ୍ତାହାତୀଟି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।