ଦନ୍ତକ୍ଷୟରୁ ରକ୍ଷାକରେ କ୍ଷୀର

କ୍ଷୀରରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଆଜିକାଲି ଦନ୍ତକ୍ଷୟ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାକୁ ରୋକିବାକୁ ଆପଣ କ୍ଷୀର ପିଇପାରନ୍ତି। ଜଣେ ବ୍ୟକ୍ତି ଯଦି ସକାଳ ଜଳଖିଆ ଖାଇସାରିବା ପରେ ଏକ ଗ୍ଲାସ କ୍ଷୀର ପିଅନ୍ତି, ତେବେ ତାହା ଦାନ୍ତକୁ ମଜଭୁତ କରିଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ଦନ୍ତକ୍ଷୟ ପରି ସମସ୍ୟାଠାରୁ ନିଜକୁ ଜଣେ ଦୂରେଇ ରଖିପାରିବ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ‘କ୍ଷୀର ପିିଇବା ଏବଂ ଦନ୍ତକ୍ଷୟ’ ବିଷୟ ଉପରେ ଆଟଲାଣ୍ଟା ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଗବେଷଣା କରି ଏପରି ତଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ତତ୍ତ୍ୱ ଦାନ୍ତ ସନ୍ଧିରେ ଲୁଚି ରହିଥିବା ଜୀବାଣୁଗୁଡ଼ିକୁ ମାରିଦିଏ। ଯଦି ଛୋଟ ପିଲାଙ୍କୁ କ୍ଷୀରରେ ସେରେଲାକ ମିଶାଇ ପିଇବାକୁ ଦିଅନ୍ତି, ତେବେ ତାହା ସେମାନଙ୍କ ପାଇଁ ଆହୁରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ।