ଦଧିବାମନଜୀଉ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି: ବର୍ଷକ ତଳେ ମୁଖ୍ୟ ମନ୍ଦିରରୁ ଚୋରି ସୁନା ଚିତାର ଟେର ପାଇନି ପୋଲିସ

ଆନନ୍ଦପୁର,୧୬। ୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁରର ପୁରାତନ ଦଧିବାମନଜୀଉ ମନ୍ଦିର ବେଢ଼ାରୁ ପିତ୍ତଳ ନିର୍ମିତ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ମଙ୍ଗଳବାର ପୂର୍ବାହ୍ନରେ ଚୋରି ହୋଇଯାଇଛି। ଗତ ବର୍ଷ ଜୁନ୍‌ ୧ ତାରିଖରେ ମୁଖ୍ୟ ମନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ୩ ସୁନା ଚିତା ଚୋରି ହୋଇଯାଇଥିଲା। ଏହି ସୁନା ଚିତା ଚୋରି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ପୋଲିସ ଏଯାଏ କିଛି ଟେର୍‌ ପାଇନାହିଁ। ଏପରିସ୍ଥଳେ ମଙ୍ଗଳବାର ଠାକୁରଙ୍କ ମଙ୍ଗଳ ଅବକାଶ ନୀତି ସରିବାପରେ ବେଢ଼ାସ୍ଥିତ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି ହେବା ଘଟଣା ଭକ୍ତମାନଙ୍କୁ ଆଲୋଡ଼ିତ କରିଛି।

ଆନନ୍ଦପୁରବାସୀଙ୍କ ଆରାଧ୍ୟ ଦଧିବାମନଜୀଉ ମନ୍ଦିରରେ ରାଜରାଜୁଡ଼ା ଅମଳରୁ ଠାକୁର ପୂଜା ପାଇ ଆସୁଛନ୍ତି। ମୁଖ୍ୟ ମନ୍ଦିର ବେଢ଼ାରେ ରହିଥିବା ଆଉ କେତେକ ମନ୍ଦିରରେ ବିଭିନ୍ନ ଦେବଦେବୀ ପୂଜା ପାଉଛନ୍ତି। ମଙ୍ଗଳବାର ପୂଜା ଦାୟିତ୍ୱରେ ଥିବା ପୂଜକ ସନାତନ ପାଢ଼ୀ ପୂର୍ବାହ୍ନ ୭ଟାରେ ମଙ୍ଗଳ ଅବକାଶ ପୂଜା ସାରି ନିଜ ଘରକୁ ଚାଲିଯାଇଥିଲେ। ୮ଟା ବେଳକୁ ବେଢ଼ାରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନ ଥିବା ଖବର ପାଇ ସେ ମନ୍ଦିରକୁ ଆସିଥିଲେ। ମୂର୍ତ୍ତି ଚୋରି ହୋଇଥିବା ଜାଣି ସେ ମନ୍ଦିର ପରିିଚାଳକ ସୁରେନ୍ଦ୍ର ମିଶ୍ରଙ୍କୁ ଅବଗତ କରାଇଥିଲେ। ଏହାପରେ ଦେବୋତ୍ତର ବିଭାଗ ମୁଖ୍ୟ ତଥା ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ପୋଲିସ ମନ୍ଦିରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ସେଭଳି କୌଣସି ସୁରାକ ମିଳିଥିବା ଜଣାପଡ଼ିନାହିଁ। ସ୍ପଷ୍ଟ ଦିବାଲୋକରେ ମୂର୍ତ୍ତି କିଭଳି ଚୋରି ହେଲା ସେନେଇ ସାଧାରଣରେ ନାନା ସନ୍ଦେହ ପ୍ରକାଶ ପାଇଛି। ଗତ ବର୍ଷ ଜୁନ୍‌ ୪ ତାରିଖରେ ମୁଖ୍ୟ ମନ୍ଦିରରୁ ସୁନା ଚେିତା ଚୋରି ଘଟଣାକୁ ବର୍ଷାଧିକ କାଳ ବିତିଥିଲେ ବି ପୋଲିସ ଚୋରକୁ ଧରିପାରି ନାହିଁ କି ସୁନା ଚିତା ଉଦ୍ଧାର କରିପାରି ନାହିଁ। ଏପରିସ୍ଥଳେ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ମନ୍ଦିରର ପୂଜକ ପାଢୀ କହିଛନ୍ତି, ସକାଳ ଠାକୁରଙ୍କ ଅବକାଶ ପୂଜା ସମୟରେ ରାଧାକୃଷ୍ଣଙ୍କ ମୂର୍ତ୍ତି ଥିବା ସେ ଦେଖିଥିଲେ। ସେ ମନ୍ଦିରରୁ ଆସିବାପରେ ମୂର୍ତ୍ତି ଚୋରି ହେବା ଜାଣି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ଚାରି ବର୍ଷ ତଳେ ଜଣେ ବ୍ୟକ୍ତି ମନ୍ଦିରକୁ ଏହି ମୂର୍ତ୍ତି ଦାନ କରିଥିଲେ।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri