ଦଣ୍ଡନାଚ ପରିବେଷଣ ଅଭିଯୋଗ: ପୂର୍ବତନ ସରପଞ୍ଚଙ୍କ ସମେତ ୮ ଜଣଙ୍କ ନଁାରେ ମାମଲା

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗଁାରେ ଗୁରୁବାର ଦଣ୍ଡଯାତ୍ରା ପରିବେଷଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଦଣ୍ଡଯାତ୍ରା ପରିବେଷଣରେ ସମ୍ପୃକ୍ତ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୮ ଜଣଙ୍କ ନଁାରେ କରୋନା (କୋଭିଡ-୧୯)ମୁକାବିଲା ଆଇନ ଅବମାନନା ଅଭିଯୋଗରେ ମାମଲା (ନଂ.୬୮/୨୦) ରୁଜୁ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି। ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ଗଁା ବଡ଼ଦାଣ୍ଡସାହି ଛକରେ ଦଣ୍ଡକାଳୀଙ୍କ ପୂଜାର୍ଚ୍ଚନା ଓ ଦଣ୍ଡନାଚ ପରିବେଷଣର ଫଟୋ ଓ ଭିଡ଼ିଓ ସ୍ଥାନୀୟ ସରପଞ୍ଚଙ୍କ ବିରୋଧୀ ଗୋଷ୍ଠୀ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଗଁାରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ। ଗଁାରେ ଦଣ୍ଡନାଚ ପରିବେଷଣ କରାଯାଇ ନ ଥିଲା। କେବଳ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମାନସିକଧାରୀ ସ୍ବଳ୍ପ ସଂଖ୍ୟକ ଦଣ୍ଡୁଆ ଘରକୁ ଫେରିଥିଲେ ବୋଲି ଦଣ୍ଡାଯାତ୍ରା ଅନୁଷ୍ଠାନର ମ୍ୟାନେଜର ତଥା ପୂର୍ବତନ ସରପଞ୍ଚ ପୋଲିସକୁ କହିଛନ୍ତି।