ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ପୋଲିସରେ ଅଦଳବଦଳ : ୮ ଇନ୍ସପେକ୍ଟର, ୩ ସବ୍‌ଇନ୍ସପେକ୍ଟର, ୪ ଏଏସ୍‌ଆଇଙ୍କ ବଦଳି

କୋରାପୁଟ,୨୨।୭(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ଅଧୀନରେ ପୋଲିସସ୍ତରରେ ଅଦଳବଦଳ ହୋଇଥିବା ରେଞ୍ଜ କାର୍ଯ୍ୟାଳୟର ବିଜ୍ଞପ୍ତିରୁ ଜଣାଯାଇଛି ା ଏଥିରେ ୮ ଜଣ ଇନ୍ସପେକ୍ଟର, ୩ ଜଣ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଏଏସ୍‌ଆଇଙ୍କୁ ରେଞ୍ଜ ମଧ୍ୟରେ ବଦଳି କରାଯାଇଛି ା କୋରାପୁଟ ଟାଉନ ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅଧିକାରୀ ମନୋଜ କୁମାର ବେହେରାଙ୍କୁ ରାୟଗଡ଼ାକୁ ବଦଳି କରାଯାଇଛି ା ସେହିପରି ମାଲକାନଗିରି ଥିବା ଇନ୍ସପେକ୍ଟର ମମତା ପାଣିଗ୍ରାହୀଙ୍କୁ କୋରାପୁଟକୁ, ଇନ୍ସପେକ୍ଟର ପ୍ରମିଳା ବିଡିକାଙ୍କୁ ନବରଙ୍ଗପୁର, ରାୟଗଡ଼ାର କ୍ଷୀରେଶ୍ୱର ସାହୁଙ୍କୁ କୋରାପୁଟକୁ, ଇନ୍ସପେକ୍ଟର ରାମେଶ୍ୱର ପ୍ରଧାନଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି। ନୂଆପଡ଼ାରେ କାର୍ଯ୍ୟରତ ଦୀନବନ୍ଧୁ ଶବରଙ୍କୁ ରାୟଗଡ଼ାକୁ ବଦଳି କରାଯାଇଛି ା ସେହିପରି କୋରାପୁଟରେ ଥିବା ଏଏସ୍‌ଆଇ ମିଲନ ମଜୁମଦାର ଓ ଏଚ୍‌ଏସ ବେନିଆଙ୍କୁ ମାଲକାନଗିରିକୁ ବଦଳି କରାଯାଇଛି। ମାଲକାନଗିରିରେ ଥିବା ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ, ନୂଆପଡ଼ାର ଶଶି ଶତନାମୀଙ୍କୁ ମାଲକାନଗିରିରୁ ନବରଙ୍ଗପୁରକୁ, ଏଏସ୍‌ଆଇ ରାମଲାଲ ଜୁରିଆଙ୍କୁ ନବରଙ୍ଗପୁରରୁ ନୂଆପଡ଼ାକୁ, ମନୋହର ବିଡିକାଙ୍କୁ ମାଲକାନଗରିରୁ କୋରାପୁଟକୁ, ମୋହନ ଚନ୍ଦ୍ର ଭତ୍ରାଙ୍କୁ ନବରଙ୍ଗପୁରରୁ କୋରାପୁଟକୁ ବଦଳି କରାଯାଇଥିବା କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଜି ହିମାଂଶୁଲାଲ୍‌ଙ୍କ କାଯର୍ର୍‌ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri