ଦଇତାପତି ସେବକଙ୍କ ସ୍ବାବ ସଂଗ୍ରହ

ପୁରୀ ଅଫିସ,୨୭ା୫: ଆସନ୍ତା ୫ରେ ଦେବସ୍ନାନ ପୂର୍ଣ୍ଣିମା। ରତ୍ନସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ମଣ୍ଡପ ଉପରେ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ମହାମାରୀ କରୋନାର ଭୟାବହତା ଭିତରେ ମହାପ୍ରଭୁଙ୍କ ଏହିସବୁ ନୀତିକାନ୍ତି କିପରି ସୁଚାରୁ ରୂପେ ସମ୍ପାଦନ କରାଯିବ ସେନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ନୀତି ସମ୍ପୃକ୍ତ ସେବକମାନଙ୍କୁ କିପରି କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରଖାଯିବ ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେବକମାନେ କ୍ବାରାଣ୍ଟାଇନରେ ରହିବା ସହ ସେମାନଙ୍କ କରୋନା ଟେଷ୍ଟ ଲାଗି ନିଷ୍ପତ୍ତି ହୋଇଛି। ଏହି କ୍ରମରେ ବୁଧବାର ଦଇତାପତି ସେବକଙ୍କ କରୋନା ଟେଷ୍ଟ ଲାଗି ସ୍ବାବ ସଂଗ୍ରହ ଆରମ୍ଭ ହୋଇଛି। ମୋଟ ୧୫୦ଦଇତାପତି ସେବକଙ୍କ କୋଭିଡ଼ ଟେଷ୍ଟ କରାଯିବ। ପ୍ରଥମ ଦିନରେ ୭୫ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଥିବାବେଳେ ବାକି ୭୫ଜଣଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ସେହିପରି ଆସନ୍ତା ୨୯ ଓ ୩୦ ତାରିଖ ଦୁଇଦିନ ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ କରାଯିବ। ସମସ୍ତଙ୍କ ରିପୋର୍ଟ ଜୁନ୍‌ ୩ ପୂର୍ବରୁ ମିଳିଯିବ। ତେଣୁ ଜୁନ୍‌ ୫ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସେବକମାନେ ସାମିଲ ହୋଇପାରିବେ ବୋଲି ସୂଚନା ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ରଙ୍କ ତତ୍ତ୍ବାବଧାନରେ ଦଇତାପତି ସେବକଙ୍କ ସ୍ବାବ ସଂଗ୍ରହ କରାଯାଇଛି।
କରୋନା ଟେଷ୍ଟ ପୂର୍ବରୁ ଦଇତାପତି ଏବଂ ଗରାବଡୁ ସେବକଙ୍କ ଲାଗି କରୋନା ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସେବକମାନଙ୍କୁ ମହାମାରୀ କରୋନା କେତେ ଭୟଙ୍କର, ଏହାଠାରୁ କିପରି ଦୂରେଇ ରହିହେବ, କ’ଣ କ’ଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର ଏବଂ ସଙ୍ଗରୋଧରେ କିପରି ରହିବେ ସେ ସବୁ ବିଷୟରେ ସଚେତନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri