Categories: ବାଣିଜ୍ୟ

ଥେରି ଡେଲାପୋର୍ଟେ ଓ୍ବିପ୍ରୋର ନୂଆ ସିଇଓ

ବାଙ୍ଗାଲୋର,୩୦।୫ : ଦେଶର ପ୍ରମୁଖ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଓି୍ବପ୍ରୋ କାପ୍‌ଜେମିନୀ ଗ୍ରୁପ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ ଥେରି ଡେଲାପୋର୍ଟେଙ୍କୁ ଏହାର ନୂଆ ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତ କରିଛି। ଆସନ୍ତା ଜୁଲାଇ ୬ରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ବର୍ତ୍ତମାନ ସିଇଓ ଭାବେ କାର୍ଯ୍ୟ କରୁଥିବା ଅବିଦାଲିି ଜେଡ୍‌ ନିମୁଚାଓ୍ବାଲାଙ୍କ କାର୍ଯ୍ୟକାଳ ଜୁନ୍‌ ପହିଲାରେ ଶେଷ ହେବ। ଡେଲାପୋର୍ଟେ କାପ୍‌ଜେମନୀ ଗ୍ରୁପ୍‌ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦୀର୍ଘ ୨୫ବର୍ଷର ଅଭିଜ୍ଞତା ହାସଲ କରିଥିବା ଓ୍ବିପ୍ରୋ କମ୍ପାନୀ ପକ୍ଷରୁ କୁହାଯାଇଛି । ଫ୍ରାନ୍ସରେ ଜନ୍ମିତ ଥେରିଙ୍କ ଅଭିଜ୍ଞତା,ଦକ୍ଷତା ଓ କାର୍ଯ୍ୟଶୈଳୀ କମ୍ପାନୀ ପାଇଁ ଲାଭକାରୀ ହେବ ବୋଲି କମ୍ପାନୀର ଅଧ୍ୟକ୍ଷ ରସିଦ୍‌ ପ୍ରେମ୍‌ଜୀ କହିଛନ୍ତି ।

Share