Posted inଖେଳ

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ ଥିମ୍‌ ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲଙ୍କୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି। ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଆଗାମୀ ଦିନରେ ଏହି ପ୍ରତିଭାବାନ ଟେନିସ ତାରକା ଆହୁରି ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି…

ଅଷ୍ଟ୍ରିଆ ଟେନିସ୍‌ ତାରକା ଡୋମିନିକ୍‌ ଥିମ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲଙ୍କୁ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ କରି ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୯ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଡାଲଙ୍କୁ ପରାସ୍ତ କରିବା ଏତେ ସହଜ ହୋଇ ନ ଥିଲେ ମଧ୍ୟ ସେ ମାରାଥନ ୭-୬, ୭-୬, ୪-୬, ୭-୬ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ଥିମ୍‌ ଏବେ ଫାଇନାଲ ଟିକେଟ ପାଇଁ ସେମିରେ ବିଶ୍ୱର ୭ ନମ୍ବର ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ ଭେଟିବେ। ଏପର୍ଯ୍ୟନ୍ତ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ନ ଥିବା ୨୬ ବର୍ଷୀୟ ଥିମ୍‌ କିନ୍ତୁ ୨ଥର ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ସେ ୨୦୧୮ ଓ ୨୦୧୯ରେ ସେତେବେଳର ଡିଫେଣ୍ଡିଂ ଚାମ୍ପିୟନ ନାଡ଼ାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ନାଡ଼ାଲଙ୍କୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରି ଏବେ ଥିମ୍‌ ଫ୍ରେଞ୍ଚ୍‌ ଓପନ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ହୋଇଥିଲେ ମଧ୍ୟ ଥିମ୍‌ ଆଶାନୁରୂପ ସଫଳତା ହାସଲ କରିପାରି ନାହାନ୍ତି। ୬ ଫୁଟ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଥିମ୍‌ ୨୦୧୧ର ପେସାଦାର ଟେନିସରେ ପାଦ ଦେଇଥିଲେ। ଏପର୍ଯନ୍ତ ୧୬ଟି ଏଟିପି ଟାଇଟଲ ଜିତିଥିବା ଥିମ୍‌ ୨୦୧୮ରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲ ଓ ୨୦୧୭ରେ ଓ୍ବିମ୍ବେଲଡନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୭ ନଭେମ୍ବର ୬ ତାରିଖରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୪ ନମ୍ବର ସ୍ଥାନ ହାସଲ କରିଥିଲେ। ଡବଲ୍ସରେ ଅବଶ୍ୟ ଥିମ୍‌ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଜୁନିୟର ଟେନିସରେ ଥିମ୍‌ ବେଶ୍‌ ସଫଳ ରହିଛନ୍ତି। ଜୁନିୟରସ୍ତରରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୨ ନମ୍ବର ସ୍ଥାନ ହାସଲ କରିଥିଲେ। ୨୦୧୯ରେ ସେ ଇଣ୍ଡିଆନ ଓ୍ବେଲ୍ସରେ ରୋଜର ଫେଡରରଙ୍କୁ ହରାଇ ଏଟିପି ମାଷ୍ଟର୍ସ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଜଣେ ଆଗ୍ରେସିଭ୍‌ ବ୍ୟାକ୍‌ଲାଇନ୍‌ ଖେଳାଳି ହୋଇଥିଲେ ମଧ୍ୟ ସିଙ୍ଗଲ୍‌ ହ୍ୟାଣ୍ଡେଡ ବ୍ୟାକ୍‌ ହ୍ୟାଣ୍ଡ ବ୍ୟବହାର କରିଥାନ୍ତି। ୨୦୧୭ରେ ଥିମ୍‌ ଫ୍ରାନ୍‌ ମହିଳା ଟେନିସ ଖେଳାଳି କ୍ରିଷ୍ଟିନା ମ୍ଲାଡେନୋଭିକଙ୍କ ସହ ଡେଟିଂ କରିଆସୁଥିଲେ। ୨୦୧୮ରେ ଦୁହେଁ ନିଜର ସମ୍ପର୍କଥିବା କଥା ସର୍ବସାଧାରଣରେ ପ୍ରକାଶ କରିଥିଲେ। କିନ୍ତୁ ୨୦୧୯ରେ ସେମାନେ ଅଲଗା ହୋଇଥିଲେ। ଥିମ୍‌ ଫୁଟବଲ୍‌ରେ ଜଣେ ବଡ଼ ପ୍ରଶଂସକ। ଚେଲସି ଏଫ୍‌ସିର ସେ ଜଣେ ବଡ଼ ସମର୍ଥକ ମଧ୍ୟ। ମାତ୍ର ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଥିମ୍‌ ଆଗକୁ ଆହୁରି ସଫଳତା ହାସଲ କରିବେ । ଫର୍ମ ଓ ଫିଟ୍‌ନେସ ବଜାୟ ରଖିଲେ ସେ ଆଗାମୀ ଦିନରେ ବିଶ୍ୱ ଟେନିସ୍‌ରେ ପ୍ରଭାବ ବିସ୍ତାର କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri