Categories: ଫୁରସତ

ଥାନା ଭିତରୁ କୁକୁର ଚୋରି କଲା ପିଲାଙ୍କ ଖେଳନା

ଆମେରିକାର ଫ୍ରାଙ୍କଲିନ୍‌ ସହରରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଏକ କୁକର ଥାନା ଭିତରୁ ପିଲାଙ୍କ ଖେଳନା ଚୋରି କରିଛି। ଫ୍ରାଙ୍କଲିନ୍‌ ପୋଲିସ ବିଭାଗ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି। ଭିଡିଓରେ କୁକୁରଟି ଖେଳନା ଚୋରି କରି ଏକ ଟେବୁଲ ତଳେ ଲୁଚିଯାଉଥିବାର ଦେଖାଯାଇଛି। ସୂଚନାଯୋଗ୍ୟ, ଫ୍ରାଙ୍କଲିନ୍‌ ପୋଲିସ ବିଭାଗ ପିଲାଙ୍କ ପାଇଁ ଖେଳନା ଏକତ୍ର କରି ରଖାଯାଇଥିଲା। ଯାହା ଏକ ସଂସ୍ଥାକୁ ଉପହାର ସ୍ବରୂପ ଦିଆଯାଇଥାନ୍ତା। କିନ୍ତୁ ଏଥିରୁ କିଛି ଖେଳନା ଉଭାନ୍‌ ହେବା ଜାଣି ପୋଲିସ ଯାଞ୍ଚ୍‌ ଆରମ୍ଭ କରିଥିଲା। ପରେ ଜଣାପଡିଥିଲା ଖେଳନାକୁ ଆଉ କେହି ନୁହେଁ, ପୋଲିସ କୁକୁର ହିଁ ଚୋରାଇଥିଲା।

Share