ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପଞ୍ଜୀକରଣ କରାଯିବା ପରେ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଥାଣେରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ(ନଂ.୦୧୯୨୫) ଖୋର୍ଦ୍ଧାରୋଡ ଷ୍ଟେଶନରେ ପୂର୍ବାହ୍ନ ୯ଟା୦୮ ମିନିଟରେ ପହଞ୍ଚତ୍ଥିଲା। ଏଥିରେ ୯ଟି ଜିଲାର ୧୯୯ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ଅନୁଗୋଳର ୯, କଟକ ୧୨, ଢେଙ୍କାନାଳ ୪୨, ଜଗତ୍‌ସିଂହପୁର ୪୪, କେନ୍ଦ୍ରାପଡ଼ା ୬୩, ଖୋର୍ଦ୍ଧା ୧୨, ନୟାଗଡ଼ ୩, ପୁରୀ ୭ ଏବଂ ସୁନ୍ଦରଗଡ଼ର ୭ଜଣ ରହିଛନ୍ତି। ଏହି ଟ୍ରେନ ଖୋର୍ଦ୍ଧା ରୋଡ୍‌ରେ ଲାଗିବା ପରେ କୋଭିଡ- ୧୯ ଗାଇଡ୍‌ଲାଇନ ଅନୁସାରେ ମାସ୍କ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ଷ୍ଟେଶନ ବାହାରକୁ ବାହାରିଥିଲେ। ଆରପିଏଫ, ଜିଆରପି ଏବଂ ସ୍ଥାନୀୟ ପୋଲିସ, ପ୍ରଶାସିନକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସେହିପରି କୋଏମ୍ବାଟୁରରୁ ବାହାରିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ (ନଂ.୦୬୧୩୨) ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ଅପରାହ୍ନ ସାଢେ ୨ଟାରେ ପହଞ୍ଚତ୍ଥିଲା। ଏହି ଟ୍ରେନରେ୧୭ ଜିଲାର ୫୬୪ଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବଲାଙ୍ଗୀରର ୨୮, କଟକ ୭୯, ଢେଙ୍କାନାଳ୪, ଜଗତ୍‌ସିଂହପୁର୧୭, କେନ୍ଦ୍ରାପଡ଼ା ୧୪, ଖୋର୍ଦ୍ଧା ୨୭, ନୟାଗଡ଼ ୧୬୦, ପୁରୀ ୫୮, ସୁନ୍ଦରଗଡ଼ ୪, ବାଲେଶ୍ୱର୨୦, ବରଗଡ଼ ୧୪, ଭଦ୍ରକ ୪୦, ଦେବଗଡ଼ ୭, ଯାଜପୁର ୧୬, କଳାହାଣ୍ଡି ୧୬, ମୟୂରଭଞ୍ଜ ୨୦, ସମ୍ବଲପୁର ୧୧ ଏବଂ ସୁବର୍ଣ୍ଣପୁରର ୪୫ଜଣ ରହିଛନ୍ତି। ପ୍ଲାଟଫର୍ମରେ ଏହି ଟ୍ରେନ ଲାଗିବା ପରେ ୩ଟା ୫୫ ସୁଦ୍ଧା ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଳାଇ ସାମାଜିକ ଦୂରତ୍ୱ ବଜାୟ ରଖି କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାହାରକୁ ବାହାରିଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସ୍କ୍ରିନିଂ ପରେ ସେମାନଙ୍କ ଜିଲାରୁ ଆସିଥିବା ବସ୍‌ରେ ଯାତ୍ରା କରିଥିଲେ।