Posted inଖେଳ

ଥାଇ ବକ୍ସିଂ ଟୁର୍ନାମେଣ୍ଟ: ପଦକ ନିଶ୍ଚିତ କଲେ ନିଖାତ୍‌, ଦୀପକ

ନୂଆଦିଲ୍ଲୀ, ୨୪।୭ (ପି.ଟି.): ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ୍‌ ଜରୀନ (୫୧ କିଗ୍ରା) ଓ ଏସୀୟ ରୌପ୍ୟ ପଦକ ବିଜେତା ଦୀପକ ସିଂ (୪୯ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ମହିଳା ୫୧ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ନିଖାତ୍‌ ୫-୦ରେ ପ୍ରତିପକ୍ଷ ଉଜ୍‌ବେକିସ୍ତାନ ବକ୍ସର ସିତୋରା ଶୋଗଡାରୋଭାଙ୍କୁ ପରାସ୍ତ କରିଥିଲେ। ସେହିଭଳି ପୁରୁଷ ବିଭାଗରେ ଦୀପକ ତାଙ୍କ ପ୍ରତିପକ୍ଷ ଥାଇଲଣ୍ଡ ବକ୍ସରଙ୍କୁ କିଛି ମିନିଟ୍‌ରେ ରକ୍ତାକ୍ତ କରି ଧରାଶାୟୀ କରିବା ସହ ସହଜ ବିଜୟ ଲାଭ କରିଥିଲେ। ଏହି ଦୁଇ ଭରତୀୟ ବକ୍ସରଙ୍କ ବ୍ୟତୀତ ଆଶିଷ (୬୯ କିଗ୍ରା), ମଞ୍ଜୁ ରାଣୀ (୪୮ କିଗ୍ରା), ବ୍ରିଜେଶ ଯାଦବ (୮୧ କିଗ୍ରା) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ମହମ୍ମଦ ହସମୁଦ୍ଦିନ (୫୬ କିଗ୍ରା) ମଧ୍ୟ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ଏସୀୟ ରୌପ୍ୟ ପଦକ ବିଜୟିନୀ ମନିଷା ମୋନୁ (୫୭ କିଗ୍ରା) ରୁଷିଆର ଲୁଇଡ୍‌ମିଲା ଭୋରୋଣ୍ଟୋସୋଭାଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଆମେରିକାର ଟେନ୍‌ସନ: ଯୁଦ୍ଧ ମଧ୍ୟରେ ଜିନପିଙ୍ଗଙ୍କ ଆଗରେ ମୁଣ୍ଡ ନୁଆଁଇବେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୦।୪: ଇରାନ ସହିତ ଯୁଦ୍ଧ କେବଳ ଗୋଳାବାରୁଦ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିନଥିଲା, ବରଂ ଏକ ଦୁର୍ବଳତାକୁ ମଧ୍ୟ ପ୍ରକାଶ କରିଥିଲା ଯାହାକୁ ଆମେରିକା ଆଉ ଅଣଦେଖା…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ହର୍ମୁଜ ବନ୍ଦ, ପୁଣିଥରେ ବୃଦ୍ଧି ପାଇଲା ତୈଳ ଦର, ଜାଣନ୍ତୁ କେତେ ରହିଛି ଆଜି…

ଓ୍ବାଶିଂଟନ୍‌,୧୦।୪: ପଶ୍ଚିମ ଏସିଆର ପରିସ୍ଥିତି ପୁଣି ଥରେ ଏକ ଅସ୍ଥିର ସ୍ଥିତିରେ ପହଞ୍ଚିଛି। ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ହେଉଥିବା ପରି ମନେ…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri