ଥାଇରଏଡ୍‌କୁ ଆୟତ୍ତ କରନ୍ତୁ ଏହି ଉପାୟରେ

ଥାଇରଏଡ୍‌ ସମସ୍ୟା ସାଧାରଣତଃ ଦୁଇ ପ୍ରକାରର- ହାଇପୋଥାଇରଏଡିଜିମ ଓ ହାଇପର୍‌ଥାଇରଏଡିଜିମ। ଥାଇରଏଡ ଗ୍ଲାଣ୍ଡ୍‌ରେ ସମସ୍ୟା ଯୋଗୁ ଶରୀର ଲାଗି ଆବଶ୍ୟକ ହେଉଥିବା ଥାଇରଏଡ୍‌ ହର୍ମୋନ କ୍ଷରଣ କମିଯିବା ଦ୍ୱାରା ହାଇପୋଥାଇରଏଡିଜିମ ଦେଖାଦିଏ। ହାଇପୋଥାଇରଏଡିଜିମରେ ଥଣ୍ଡା ଲାଗି ରହେ, ତ୍ୱଚା ଶୁଷ୍କ ହୋଇଯାଏ। କୋଷ୍ଠକାଠିନ୍ୟ, ଋତୁସ୍ରାବରେ ସମସ୍ୟା ବି ଲାଗିରହେ। ପୁଷ୍ଟିହୀନତାର କାରଣ ବି ହୁଏ। ସେହିପରି ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ଅତ୍ୟଧିକ ଥାଇରକ୍ସିନ ହର୍ମୋନ କ୍ଷରଣ ହେବା ଦ୍ୱାରା ହାଇପର୍‌ଥାଇରଏଡିଜିମ ସମସ୍ୟା ଉପୁଜେ। ହାତରୁ ଝାଳ ବାହାରିବା ସହ ଶରୀର ଥରିବା ଭଳି ଲକ୍ଷଣ ଏଥିରେ ପ୍ରକାଶ ପାଏ। ଓଜନ କମିକମି ଆସେ। ଏହି ସମସ୍ୟାର ଉପଚାର ଘରୋଇ ଆୟୁର୍ବେଦିକ ଉପାୟରେ କରାଯାଇପାରିବ ବୋଲି କହନ୍ତି ଆୟୁର୍ବେଦ ଚିକିସତ୍କ ପ୍ରତାପ ଚୌହ୍ବାନ।
+ ସଜନା ଛୁଇଁ ଖାଆନ୍ତୁ। ଏହା ଶରୀରରେ ଅୟୋଡିନ ସ୍ତର ବୃଦ୍ଧିକରି ଓ ଥାଇରଏଡ୍‌ ସମସ୍ୟା ଦୂର କରିଥାଏ।
+ ଥାଇରଏଡ ସମସ୍ୟା ଥିଲେ ଶରୀର ଫୁଲିଯାଏ। ଧନିଆ ଓ ଜିରାର ସିଦ୍ଧଜଳ ସେବନ ଦ୍ୱାରା ଏହା ଭଲ ହୋଇଯାଏ।
+ ଭିଟାମିନ ଡି’ ଅଭାବ ଥାଇରଏଡ ସମସ୍ୟାର କାରଣ। ଏଣୁ ସକାଳେ ଖରାରେ ବସନ୍ତୁ ବା ବୁଲନ୍ତୁ। ସକାଳେ ବ୍ୟାୟାମ କଲେ ଭିଟାମିନ ଡି’ ମିଳିବା ସହ ଥାଇରଏଡ ଗ୍ଲାଣ୍ଡ୍‌ ସକ୍ରିୟ ରହେ ଓ ରୋଗ ପ୍ରତିରୋଧକ ଶକ୍ତି ବି ବୃ୍‌ଦ୍ଧିପାଏ। ଶରୀରରେ କ୍ୟାଲସିିୟମ ସନ୍ତୁଳନ ଠିକ୍‌ ରହେ।
+ ଯେଉଁ ଖାଦ୍ୟରେ ପ୍ରକ୍ରିୟାକୃତ କିମ୍ବା ପ୍ରାକୃତିକ ସୁଗାର ରହିଥିବ ତାହା ଖାଇବା ମନା।
+ ଅଧିକ ଶାଗ ଖାଆନ୍ତୁ । ସେଥିରୁ ଭିଟାମିନ ଏ’ ପାଇବେ। ଆପଲ ଓ କଦଳୀ ଖାଇବା ଉଚିତ।
+ ପାଣିରେ ଖଣ୍ଡେ ଅଦା ପକାଇ ତାହାକୁ ସିଝାଇ ଚା’ ଭଳି ପିଅନ୍ତୁ।
+ କଞ୍ଚା ବ୍ରୋକୋଲି, ଫୁଲକୋବି ଆଦି ଖାଆନ୍ତୁନି।