Categories: ଜାତୀୟ

ଥର୍‌ ଲିଙ୍କ୍‌ ଏକ୍ସପ୍ରେସ ବନ୍ଦକଲା ଭାରତ

ଜୟପୁର, ୧୭ା୮(ପି.ଟି.): ରାଜସ୍ଥାନର ଯୋଧପୁରରୁ ପାକିସ୍ତାନର କରାଚୀ ସହରକୁ ସଂଯୋଗ କରୁଥିବା ଥର୍‌ ଲିଙ୍କ ଏକ୍ସପ୍ରେସ ରେଳସେବାକୁ ଶୂୁକ୍ରବାର ଭାରତ ବାତିଲ କରିଛି। ଶୁକ୍ରବାରଠାରୁ ଏହି ରେଳଯାତ୍ରା କରାଯିବ ନାହିଁ ବୋଲି ଉତ୍ତର ପଶ୍ଚିମ ରେଳ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଭୟ ଶର୍ମା ପ୍ରକାଶ କରିଛନ୍ତି। ଭାରତରେ ଏହି ଏକ୍ସପ୍ରେସ ଭଗତ କୀ କୋଠି ରେଳଷ୍ଟେଶନରୁ ମୁନାବାଓ ପର୍ଯ୍ୟନ୍ତ ଯାତ୍ରା କରିଥାଏ। ଶର୍ମା କହିଛନ୍ତି, ପାକିସ୍ତାନ ଯିବା ଲାଗି ୪୫ ଜଣ ଟିକେଟ କାଟିଥିଲେ। ପାକିସ୍ତାନ ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମଦ ଗତ ୯ରେ ଇସ୍‌ଲାମାବାଦଠାରେ ଯୋଧପୁରକୁ ଆଉ ଏହି ଟ୍ରେନ ଯିବନାହିଁ ବୋଲି ଘୋଷଣା କରିବା ପରେ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଛି।

Share