Categories: ଜାତୀୟ

ଥମୁନି ସିଏଏ ନିଆଁ: ଉତ୍ତରପ୍ରଦେଶର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଦକ୍ଷିଣ ଭାରତ ମୁହାଁ ହୋଇଛି। ଦିଲ୍ଲୀରେ ଏହି ଆନ୍ଦୋଳନ କାରଣରୁ ଟ୍ରାଫିକ ପ୍ରଭାବିତ ହୋଇଥିବାବେଳେ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ବିଭିନ୍ନ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଜାରି କରାଯାଇଛି। ଲକ୍ଷ୍ନୌରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ପୋଲିସ ଏପର୍ଯ୍ୟନ୍ତ ୧୫୦ ଲୋକଙ୍କୁ ଗିରଫ କରିସାରିଲାଣି। ଏହାସହ ୟୁପିର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

Share