Categories: ଜାତୀୟ

ଥମୁନି ଲଜ୍ଜା, ବର୍ବରତା

ଲକ୍ଷ୍ନୌ,୨୩ା୬(ପି.ଟି./ ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶ(ୟୁପି)ରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଉନ୍ନାଓ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ଇଟାରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଫିପୁର ଥାନା ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏହି ଘଟଣାକୁ ନେଇ ଉନ୍ନାଓ ପୁଣିଥରେ ବଦନାମ ମୁଣ୍ଡାଇଛି।
ବର୍ଷୀୟା ଝିଅ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ ଶୋଇଥିଲେ। ତାଙ୍କ ବାପା ମଧ୍ୟରାତ୍ରିରେ ଉଠି ଦେଖିଲା ବେଳକୁ ଖଟରେ ଝିଅ ନ ଥିଲେ। ସେ ପାଖ ପଡ଼ିଆକୁ ଝାଡ଼ା ଯାଇଥିବେ ଭାବି ବାପା ଅପେକ୍ଷା କରିଥିଲେ। ହେଲେ ଦୀର୍ଘସମୟ ପରେ ବି ନ ଫେରିବାରୁ ବାପାଙ୍କ ମନରେ ସନ୍ଦେହ ହେଲା। ପରିବାର ସଦସ୍ୟ ଓ ପଡ଼ୋଶୀଙ୍କୁ ଜଣାଇବା ପରେ ଝିଅଙ୍କୁ ସମସ୍ତେ ଖୋଜାଖୋଜି କରିଥିଲେ। ଶେଷରେ ଏକ ବଗିଚାରେ ଝିଅଙ୍କ ଅନାବୃତ ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଲେ। ତାଙ୍କୁ ଇଟାରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ତାଙ୍କ ଗୁପ୍ତାଙ୍ଗ ଓ ବେକରେ ଅନେକ କ୍ଷତଚିହ୍ନ ମଧ୍ୟ ଥିଲା। ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତନାଘନା ଚଳାଇଛି ବୋଲି ଉନ୍ନାଓ ଏସ୍‌ପି ପି.ଏମ୍‌. ବର୍ମା ସୂଚନା ଦେଇଛନ୍ତି।
ଯେ, ୟୁପିରେ ଦିନକୁ ଦିନ ବଳାତ୍କାର ଘଟଣା ବଢ଼ିବାରେ ଲାଗିଛି। ୨୦୧୭ ଜୁନ୍‌ ୪ରେ ଉନ୍ନାଓର ଜଣେ ୧୭ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର କରାଯାଇଥିଲା। ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାର, ତାଙ୍କ ଭାଇ, ୩ ପୋଲିସ କର୍ମୀ ଓ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୮ ଏପ୍ରିଲ ୮ରେ ନାବାଳିକା ଜଣକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ପୋଲିସ ନାବାଳିକାଙ୍କ ବାପାଙ୍କୁ ହାଜତକୁ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା।

Share