Categories: ବାଣିଜ୍ୟ

ତ୍ୱରିତ ହେବ ଚେକ୍‌ କ୍ଲିୟରାନ୍ସ ଧାରା

ନୂଆଦିଲ୍ଲୀ,୭-୨: ଚେକ୍‌ କ୍ଲିୟରାନ୍ସ ଧାରାକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ହାତକୁ ନେଇଛି। ଏହା ପଦକ୍ଷେପ ଅନ୍ତର୍ଗତ ସେପ୍ଟେମ୍ବରରୁ ଚେକ୍‌ ଟ୍ରଙ୍କେଶନ ସିଷ୍ଟମ(ସିଟିଏସ୍‌) ବ୍ୟବସ୍ଥା ଆସିବ। ଏହା ସାରା ଦେଶ ଲାଗି ଲାଗୁ କରାଯିବ। ଏହି ସିଷ୍ଟମକୁ ରିଜର୍ଭ ବ୍ୟାଙ୍କ ୨୦୧୦ରେ ଆଣିଥିଲା। ଏହା ବର୍ତ୍ତମାନ କିଛି ପ୍ରମୁଖ ସହରରେ କାର୍ଯ୍ୟକାରୀ ହେଉଛି। ଦେଶର କିଛି ବଛାବଛା କ୍ଲିୟରିଂ ହାଉସରେ ଏହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଥିବା ବେଳେ ସଫଳ ଭାବେ ଏହା ପରିଚାଳିତ ହେଉଛି। ଏହାକୁ ଧ୍ୟାନରେ ରଖି ସାରା ଦେଶରେ ସିଟିଏସ୍‌ ଲାଗୁ କରିବା ପ୍ରସ୍ତାବ ରହିଥିବା ଆର୍‌ବିଆଇ ପକ୍ଷରୁ ସୂଚନା ରହିଛି।

Share