ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ

ଛତ୍ରପୁର,୨୨ା୫(ଡି.ଏନ.ଏ)- ଚଳିତମାସ ୨୩ରେ ଗଞ୍ଜାମ ଜିଲାରେ ହୋଇଥିବା ଭୋଟର ଗଣତି ହେବ। ଏନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଯୋଗଦେଇ ସୂଚନା ଦେଇଛନ୍ତି। ଜିଲାର ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ସରକାରୀ ହାଇସ୍କୁଲ ପରିସରରେ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ , ଛତ୍ରପୁର ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ହୋଇଥିବା ଭୋଟର ଗଣତି ହେବ। ସେହିପରି ବ୍ରହ୍ମପୁରସ୍ଥିତ ପଲିଟେକନିକରେ ବ୍ରହ୍ମପୁର ଓ ଗୋପାଳପୁର, ଆଇଟିଆଇରେ ସାନଖେମୁଣ୍ଡି, ଦିଗପହଣ୍ଡି ଓ ଚିକିଟି ଏବଂ ଭଞ୍ଜନଗର ସ୍ଥିତ କେଏସୟୁବି କଲେଜରେ ଭଞ୍ଜନଗର, ଆସିକା ଓ ସୋରଡା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ। ଗୋପାଳପୁର, ଚିକିଟି ଓ ସାନଖେମୁଣ୍ଡିର ନିର୍ବାଚନମଣ୍ଡଳୀର ଉଭୟ ବିଧାନସଭା ଓ ଲୋକସଭା ଆସନର ଇଭିଏମ୍‌ରେ ଭୋଟ ଗଣତି ୧୦ଟି ଟେବୁଲରେ ହେବ। ନିର୍ବାଚନ କମିଶନ ଏଥିପାଇଁ ଅନୁମତି ଦେଇଛନ୍ତି। ଅନ୍ୟ ଗୁଡିକର ୭ ଟେବୁଲ୍‌ରେ ଗଣତି ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଆସିକା ଲୋକସଭାର ପୋଷ୍ଟାଲ ବାଲଟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏବଂ ବ୍ରହ୍ମପୁର ଲୋକସଭାର ପୋଷ୍ଟାଲ ବାଲଟ ଡିଆରଡିଏରେ ଗଣତି ହେବ। ଏଥିପାଇଁ ସକାଳ ୮ ଟା ଧାର୍ଯ୍ୟ ହୋଇଛି। ସକାଳ ୮ ଟା ୩୦ରୁ ଇଭିଏମ୍‌ର ଭୋଟ ଗଣତି ଆରମ୍ଭ ହେବ ବୋଲି କୁହାଯାଇଛି। ଆସିକା ଲୋକସଭା ଆସନ ପାଇଁ ୨୦୮୬ ପୋଷ୍ଟାଲ ବାଲଟ ଓ ବ୍ରହ୍ମପର ଲୋକସଭା ଆସନ ପାଇଁ ୧୨୭୯ ପୋଷ୍ଟାଲ ବାଲଟ ପହଞ୍ଚତ୍ଛି। ଭୋଟ ଗଣତିର ମନିଟରିଂ ପାଇଁ ଜିଲାକୁ ୧୨ ଜଣ ପର୍ଯ୍ୟବେକ୍ଷକ ଆସିଛନ୍ତି। ଜଣେ ପର୍ଯ୍ୟବେକ୍ଷକ ଆସିନଥିବାରୁ ହିଞ୍ଜିଳି ଓ ଖଲ୍ଲିକୋଟ ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଭୋଟ ଗଣତି ପାଇଁ ୨୫୮ ଜଣ କାଉଣ୍ଟିଙ୍ଗ ସୁପରଭାଇଜର, ୨୦୬ ଆସିଷ୍ଟାଣ୍ଟ ସୁପରଭାଇଜର ଓ ୨୩୨ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଥିବା ଜିଲାପାଳ କହିଛନ୍ତି। ଅପରପକ୍ଷରେ ପ୍ରାର୍ଥୀ, ପ୍ରାର୍ଥୀଙ୍କ ଏଜେଣ୍ଟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ୍‌ ଗଣତି କେନ୍ଦ୍ର ମୁଖ୍ୟ ଗେଟ୍‌ ଭିତରକୁ ନେବାକୁ ବାରଣ ରହିଛି। ଏପରିକି ପେନ୍‌ ଓ ପେପର ମଧ୍ୟ ଭିତରକୁ ନେବାକୁ ବାରଣ ରହିଥିବା ଜିଲାପାଳ କହିଛନ୍ତି। ଗଣତି କେନ୍ଦ୍ର ବାହାରେ ମିଡିଆ ସେଲ୍‌ ରହିବ। ଭୋଟ ଗଣତି ପରିପ୍ରେକ୍ଷୀରେ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପକ୍ଷରୁ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଏଥିସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଂଜାମ ଏସ୍‌ପି କହିଛନ୍ତି ଛତ୍ରପୁର ଓ ଭଞ୍ଜନଗରରେ ହେବାକୁ ଥିବା ଭୋଟ ଗଣତି ପାଇଁ ୨ ଜଣ ଅତିରିକ୍ତ ଏସପି, ୫ ଡିଏସପି, ୮ ଇନ୍ସପେକ୍ଟର, ୧୭ ସବଇନ୍ସପେକ୍ଟର, ୩୩ ଏଏସଆଇ, ୧୦୯ ଓଆର୍‌ , ୧୧୫ ହୋମଗାର୍ଡ, ୧୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିସହ ଟ୍ରାଫିକ୍‌ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ଯେ, ୨ ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସପି, ୧୦ ଇନ୍ସପେକ୍ଟର, ୭୦ ଏସଆଇ ଓ ଏଏସଆଇ, ୧୦ ହୋମଗାର୍ଡ ଓ ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri