Categories: ଜାତୀୟ

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର ପରାମର୍ଶଦାତା ଅହମ୍ମଦ ପଟେଲ ଓ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘରେ ଏକ ଗୋପନୀୟ ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏହାପରେ କଂଗ୍ରେସ ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିବ ବୋଲି କୁହାଯାଉଛି।

Share