ତ୍ରିନାଥକଁର ଅଜବ୍‌ ବଏସିରା:ସବୁବେଲେ ହାତେ ଖଜୁର ପତେଇ

ଲୋଇସିଂହା,୧୯।୫(ଡି.ଏନ.ଏ): ସବୁ ମୁନୁସ୍‌ର ଶରୀରକେ ଦେଖ୍‌ଲେ ପାଖାପାଖି ସଭେ ସମାନ ଆଏ। ସମକର ରକତ୍‌, ହାତ୍‌ଗୋଡ଼, ନାକ୍‌କାନ୍‌, ଆଏଁଖ୍‌ ଅଛେ। ହେଲେ ସମକର ଚାଲିଚଲନ, ବେଭାର ଆଚର, ବଏସିରା, ସଉକ୍‌ ଭିନେ ଭିନେ। ଏନ୍‌ତା ଝନେ ଭିନେ ଚରିତ୍‌ର ଲୋକ୍‌କେ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁାରେ। ଗଁାର ତ୍ରିନାଥ ପଧାନ (୪୪)। ବୁରତିରେ ସେ ଝନେ ବସ୍‌ କଣ୍ଡକ୍ଟର। ହେଲେ ତାକର ଗୁଟେ ଅଜବ୍‌ ବଏସିରା, ସବୁବେଲେ ଗୁଟେ ଖଜରି ପତେଇ ସେ ହାତେ ଧରିଛନ୍‌। ତାହାକୁ ଯେ ପଚରାଲେ ମୁଲ୍‌କରି ହଁସି ଦେଇ କହୁଛନ୍‌ ଇଟା ମୋର ଛୁଆବେଲର ବଏସିରା ଆଏ, ହେନ୍‌ତା କିଛି ନାଇଁ। ହାତେ ଖଜୁର ପତେଇ ନାଇଁଥିଲେ ଗୁଟେ କେନ୍‌ତା କେନ୍‌ତା ଲାଗ୍‌ସି, ବାସ୍‌ ଏତ୍‌କି ନ କହୁଛନ୍‌। ହେଲେ ଯେ ଦେଖ୍‌ଲେ ସଭେ ଆଶିରିଯ୍‌ ହେଉଛନ୍‌। ଏଡେଟେ ଲୋକ୍‌ ଗୁଟେ ଖଜୁର ପତେଇ ହାତେ କାଏଁଯେ ଧରିଛନ୍‌, କିଛି ତ କାରନ୍‌ ଥିବା। ଇଟା ହେଉଛେ ପରିବାରନୁ ମୂଲ୍‌ କରି ସାଂଗ୍‌ସରସା, ଲାଗେଲେସର ସମକର ଭାବନା।
ସୂଚନା ଅନ୍‌ସାରେ କର୍ଲିପାଟ ଗଁାର ତ୍ରିନାଥ ଗଁା ସ୍କୁଲରେ ପ୍ରାଥମିକ ଶିକ୍ଷା ଉତାରୁ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲରେ ପାଠ୍‌ ପଢ଼ିଛନ୍‌। ସେ ଗଲା ବାର ବଛର ହେଲା ବଲାଙ୍ଗୀର-କଣ୍ଟାବାଞ୍ଜି ରୋଡ଼ରେ ଗୁଟେ ବସ୍‌ରେ କଣ୍ଡକ୍ଟର କାମ୍‌ କରୁଛନ୍‌। ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, କଣ୍ଟାବାଞ୍ଜିରେ ଖଜୁର ପତେଇ କଣ୍ଡକ୍ଟର ହିସାବେ ସେ ଜନାଶୁନା। ତାକର ପରିବାର କହେଲେ ମାଏକିନା ଆର ଦୁଇ ପିଲାକୁ ନେଇ ସୁଖର ସଁସାର। ତ୍ରିନାଥକଁର କହେବାର ହିସାବେ ଗଁାରେ ବଁଧ୍‌ ନଁାଇଁନ। ହେଲେ ଗଁା ପାସେ କୁଶଙ୍ଗାଇ ନାଲ ଅଛେ। ସେଠାନେ ଗଁାର ଲୋକ୍‌ ଝାଡ଼ାଝପଟ, ଗଧାବୁଡ଼ା କରସନ୍‌। ତ୍ରିନାଥ ଛୁଆବେଲେ ଦିନେ ଇ ନାଲ୍‌କେ ଝାଡ଼ା ଯାଇଥିଲେ। ଝାଡ଼ା ଗଲା ଉତାରୁ କାଠି କରବାର ଲାଗି ଗୁଟେ ଖଜୁର କାଠି ଭାଂଗୁଥିଲେ। ସେଦିନ୍‌ଠାନୁ ସେ ଗୁଟେ ଖଜୁର ପତେଇ ନିଜର ଭୁଜନି ହାତେ ଧରୁଛନ୍‌। ସ୍କୁଲରେ ସାଂଗସାଧିନୁ ଶିକ୍ଷକ୍‌ ତକ୍‌ ସଭେ ପଚରେଇଛନ୍‌, ଶିକ୍ଷକମାନେ ଇଟା କାଏଁ ବଏସିରା, ଖଜୁର ପତେଇ ନାଇଁ ଧରବୁ ବଲି ବି ବୁଝେଇଛନ୍‌। ହେଲେ ସେ କେଭେ ଇ ବଏସିରା ନାଇଁଛାଡ଼ି। ଘରେ ମା’ବାପ୍‌, ମାଏକିନା ସଭେ ମନା କରିଛନ୍‌ ହେଲେ ସେ ବଏସିରା ନାଇଁ ଛାଡ଼ିପାରବାର। ଖାଲି ରାତିରେ ଶୁଇଲାବେଲେ ମୁଚଲା ତଲେ ଖଜୁର ପତେଇକେ ରଖି ଦେଉଛନ୍‌। ଫେନ୍‌ ସଖାଲୁ ଉଠୁନ୍‌ସାର ହାତେ ପତେଇ ଧରୁଛନ୍‌। ଖଜୁର ପତେଇ ଶୁଖି ଭାଂଗିଗଲେ ନୂତନ୍‌ ପତେଇ ଆନି ଧରୁଛନ୍‌। ବସ୍‌ରେ ଗଲାଆଏଲା ବେଲେ, ରାସ୍‌ତାଘାଟରେ ଲୋକ୍‌ ତାହାକୁ ଦେଖ୍‌ଲେ ଡରୁଛନ୍‌। ହେଲେ ତ୍ରିନାଥ କେହି ଡରୁଥିବାର ଜାନ୍‌ଲେ ତାହାକୁ ବୁଝେଇ ଦେଉଛନ୍‌, ମୁଇଁ ବି ତମର ଲେଖେଁ ଗୁଟେ ମୁନୁଷ୍‌ ଆଏ, ମୋତେ ଡରବାର କିଛି କାରନ୍‌ ନାଇଁ, ଇଟା ମୋର ବଏସିରା ଆଏ। ମୁଇଁ ଗୁନି ଗାରେଡ଼ି, ମନ୍‌ତର ଯନ୍‌ତର କିଛି ନାଇଁ ଜାନି ବଲି କହୁଛନ୍‌। ସେନ୍‌ତା ତାକର ଝନେ ପାଠ୍‌ପଢ଼ା ବେଲର ସାଂଗ ସରୋଜ ବିଶ୍ୱାଳ କହିଛନ୍‌ ଯେ, ଆମେ ହାଇସ୍କୁଲରେ ପଢ଼ଲାବେଲୁ ତ୍ରିନାଥ ଖଜୁର ପତେଇ ଧରବାର ଦେଖୁଛୁଁ। ତାହାକେ ଅନେକ ଥର ପଚରେଇଛୁଁ, ହେଲେ ହଁସି ଦେବା ଆର କହେବା ଇଟା ମୋର ଗୁଟେ ବଏସିରା ଆଏ। ନାଇଁ ଧଏଲେ କେନ୍‌ତା କେନ୍‌ତା ଗୁଟେ ଲାଗ୍‌ସି। ହେଲ ଇ ଖଜୁର ପତେଇ ଧରବାର ରହସ୍‌ ଆଏଜ୍‌ ବି ରହସ୍‌ ହେଇ ରହିଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri