ତୋରଣରେ ଝଲସିବ ଉତ୍ତରାଖଣ୍ଡର ନାନ କାମଟା ଗୁରୁଦ୍ୱାର

ପୁରୁଣା ଭୁବନେଶ୍ୱର, ୧।୧୦(ଡି.ଏନ.ଏ.): କେଶୁରା ଦୁର୍ଗାପୂଜା ସମିତି ପକ୍ଷରୁ ୨୦୧୦ରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୧୦ ବର୍ଷ ପୂରଣ କରୁଛି। ଏ ବର୍ଷ ଭିନ୍ନ ଧରଣର ତୋରଣ ସହ ଆଲୋକୀକରଣ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଇଛି। ଉତ୍ତରାଖଣ୍ଡର ନାନାକାମଟା ଗୁରୁଦ୍ୱାର ତୋରଣ ସାଙ୍ଗକୁ ଏଲିଡ଼ି ଲାଇଟ ଦେଖିବାକୁ ମିଳିବ। ଏଥିପାଇଁ କେଶୁରା ଖେଳପଡ଼ିଆସ୍ଥିତ ପୂଜାମଣ୍ଡପଠାରେ ଷଷ୍ଠିର ବିଲ୍ବବରଣଠାରୁ ସପ୍ତମୀରେ କୁଆଖାଇ ନଦୀରୁ କଳସଯାତ୍ରା ରୋଷଣ ସହ ବିମାନ ଯୋଗ ନବପତ୍ରିକା, ଆମନ୍ତ୍ରିତ ଅଷ୍ଠମୀର ବିହି ଧ୍ୱଜା ସାଙ୍ଗକୁ, ନବମୀର ନବକୁମାରୀ ପୂଜା କରାଯିବ। ପୂଜା ମଣ୍ଡପ ସମ୍ମୁଖରେ କୋଲକାତା ଏବଂ ଓଡ଼ିଶାର କୁଶଳୀ କାରିଗରମାନେ ୨୦ ଦିନ ଆଗରୁ ତୋରଣ ନିର୍ମାଣ ପ୍ରସ୍ତୁତିରେ ଲାଗି ପଡିିଛନ୍ତି। ପ୍ରାୟ ୧୫ରୁ ୨୦ଜଣ କାରିଗର ଏଥିରେ ନିୟୋଜିତ ଅଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ତୋରଣ ନିର୍ମାଣ କରାଯାଉଥିବା ସମିତିର ଉପସଭାପତି କୁତ୍ତାର୍ଥ ପ୍ରଧାନ କହିଛନ୍ତି। ସେହିଭଳି ଚଳିତବର୍ଷ ପୂଜାକୁ ଶୃଙ୍ଖଳିତ କରିବା ସହ ଏକ ସଚେତନତା କାର୍ଯ୍ୟକ୍ରମ ସମିତି ହାତକୁ ନେଇଛି। ଶ୍ରଦ୍ଧାଳୁମାନଙ୍କୁ ବାଉଁଶ ପାତିଆ ନିର୍ମିତ ଭୋଗ ଡାଲାରେ ଭୋଗ କରାଯିବା ପାଇଁ ବିଦ୍ଧିବଧ ବ୍ୟବସ୍ଥା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦ ଭୋଗଡାଲା ପ୍ରସ୍ତୁତ ହୋଇଥିବା ପୂର୍ବତନ କୋଷାଧକ୍ଷ ମାଗୁଣି ପ୍ରଧାନ କହିଛନ୍ତି। ସପ୍ତମୀରେ ୭ ପ୍ରକାର ଖେଚୁଡ଼ି ଭୋଗ, ମହାଷ୍ଟମୀରେ ପାଣି କଖାରୁ ବଳି ଓ ନବମୀରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ୫୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଟ୍ରାଫିକ୍‌ ନିୟନ୍ତ୍ରଣରେ କାମ କରିବା ସହ ନିଶା ବନ୍ଦ, ପ୍ଲାଷ୍ଟିକ୍‌ ଫ୍ରି ଉପରେ କମିଟି ଗୁରୁତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri