Categories: ବାଣିଜ୍ୟ

ତେଲ ଦର ବୃଦ୍ଧିରେ ବିରତି ନାହିଁ

ନୂଆଦିଲ୍ଲୀ,୧୮।୬: ଦେଶରେ ତେଲ ଦର କେବେ ହ୍ରାସ ହେବ ଏହାକୁ ନେଇ ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି। କାରଣ ଗତ ୧୨ ଦିନ ହେଲା ତେଲ ଦର ଲାଗାତର ବୃଦ୍ଧି ପାଇ ଚାଲିଛିି। ଚଳିତ ମାସ ୭ ରୁ ଗୁରୁବାର ପର୍ଯ୍ୟନ୍ତ ଦେଶର ତେଲ ଦର ବଢି ଚାଲିଛି। ଫଳରେ ଗତ ୧୨ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୬.୫୫ ଟଙ୍କା ଏବଂ ଡ଼ିଜେଲ ୭.୧୩ ଟଙ୍କାକୁ ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୧୮ ତାରିଖରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ଏବଂ ଡ଼ିଜେଲ ୬୪ ପଇସା ବଢିଛି। ଗୁରୁବାର ପେଟ୍ରୋଲ ଦର ୭୭.୨୮ଟଙ୍କାରୁ ବୃଦ୍ଧି ପାଇ ୭୭.୮୧ଟଙ୍କା ଏବଂ ଡ଼ିଜେଲ ଦର ୭୫.୭୮ଟଙ୍କାରୁ ବୃଦ୍ଧି ପାଇଁ ୭୬.୪୨ ଟଙ୍କାରେ ପହଞ୍ଚତ୍ଛି। ଗୁରୁବାର ଦିଲ୍ଲୀରେ ତେଲ ଦର ପେଟ୍ରୋଲ ଲିଟର ପିଛା ୭୭.୮୧ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୭୬.୪୩ରେ ପହଞ୍ଚତ୍ଛି। ସେହିଭଳି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮.୩୪ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୭୪.୬୫କୁ ବୃଦ୍ଧି ପାଇଛି।

Share