Categories: ବାଣିଜ୍ୟ

ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୩ ଦିନ ମଧ୍ୟରେ ତେଲ ଦର କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଶୁକ୍ରବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫଳରେ ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଉପରେ ୭.୧୧ଟଙ୍କା ଏବଂ ଡ଼ିଜେଲ ୭.୬୭ ଟଙ୍କା ବଢିଛି। ପ୍ରମୁଖ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୧୯ ତାରିଖରେ ପେଟ୍ରୋଲ ଲିଟର ପିଛା ୫୬ ପଇସା ଏବଂ ଡ଼ିଜେଲ ୬୩ ପଇସା ବୃଦ୍ଧି ପାଇଛି। ଗୁରୁବାର ପେଟ୍ରୋଲ ଦର ୭୭.୮୧ଟଙ୍କାରୁ ବୃଦ୍ଧି ପାଇ ୭୮.୩୭ ଟଙ୍କା ଏବଂ ଡିଜେଲ ଦର ୭୬.୪୨ଟଙ୍କାରୁ ବୃଦ୍ଧି ପାଇଁ ୭୭.୦୫ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୭୮.୯୦ପଇସା ଓ ଡିଜେଲ ଲିଟର ପିଛା ୭୫.୨୮ ଛୁଇଁଛି।ଦେଶ ଓ ରାଜ୍ୟରେ କ୍ରମାଗତ ଭାବରେ ତେଲ ଦର ବୃଦ୍ଧିକୁ ନେଇ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଶୁକ୍ରବାର ଉଭୟ କଂଗ୍ରେସ ଓ ସିପିଆଇ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି।

Share