ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲାରେ ୨୦୦୫ରେ ତେଲିଙ୍ଗିର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। କିନ୍ତୁ ପ୍ରକଳ୍ପ ଶୁଭାରମ୍ଭ ସହ ଏହା କାର୍ଯ୍ୟକ୍ଷମ ହେବାକୁ ଲାଗିଗଲା ୧୪ ବର୍ଷ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହି ଅଧପନ୍ତରିଆ ପ୍ରକଳ୍ପକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ୧୪ ବର୍ଷ ପରେ ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ସତ; କିନ୍ତୁ ଏଯାବତ୍‌ ଲକ୍ଷ୍ୟଧାର୍ଯ୍ୟ ଚାଷଜମିକୁ ଜଳ ପହଞ୍ଚତ୍ ପାରିନାହିଁ।
କୋରାପୁଟ ଜିଲାର ଚାଷୀଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୦୫ରେ ଜୟପୁର ବ୍ଲକ ଅନ୍ତର୍ଗତ ରାଣୀଗଡ଼ଠାରେ ତେଲିଙ୍ଗିର ପ୍ରକଳ୍ପର ଭିତ୍ତି ପକାଇଥିଲେ। ପ୍ରଥମେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଏହି ପ୍ରକଳ୍ପ ନିର୍ମାଣ ସରିବା ବେଳକୁ ଏହାର ଖର୍ଚ୍ଚ ୧୨ ଶହ କୋଟିରେ ପହଞ୍ଚତ୍ଥିଲା। ପ୍ରକଳ୍ପ ଦ୍ୱାରା ୯୯୫୨ ହେକ୍ଟର ଚାଷଜମି ପାଇଁ ଜଳସେଚନ ଲକ୍ଷ୍ୟ ରଖାଯାଇଥିଲା। ଏଥିରୁ ଜୟପୁର ବ୍ଲକର ୬୨୮ ହେକ୍ଟର ଏବଂ ବୋରିଗୁମ୍ମା ବ୍ଲକର ୯୩୨୨ ହେକ୍ଟର ଚାଷଜମିରେ ଜଳସେଚନ ହେବା କଥା ା କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ଏହି ଅପେକ୍ଷିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ସତ; କିନ୍ତୁ ଚାଷୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଭଲରେ ହେଲାନାହିଁ। ଏଯାବତ୍‌ ଜମିକୁ ପାଣି ପହଞ୍ଚତ୍ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଚାଲିଛି। ବୋରିଗୁମ୍ମା ବ୍ଲକର ବିସିଂପୁର ଅଞ୍ଚଳରେ ଥିବା ଜମିରେ ଜଳ ମାଡୁ ନ ଥିବାରୁ ଶତାଧିକ ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଲିଙ୍ଗିର ପ୍ରକଳ୍ପ ମାଧ୍ୟମରେ ୯୯୫୨ ହେକ୍ଟର ଚାଷଜମିକୁ କେନାଲ ମାଧ୍ୟମରେ ଜଳସେଚନ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଏଥିରୁ ୮୫୦୦ ହେକ୍ଟର ଜମିକୁ କେନାଲ ସଂଯୋଗ କାର୍ଯ୍ୟ ସରିଛି। ବିସିଂପୁର ଅଞ୍ଚଳରେ କିଛି ଜମି ଅଧିଗ୍ରହଣରେ ସସମ୍ୟା ହେଉଥିବାରୁ ବଳକା ୧୪୫୨ ହେକ୍ଟର ଚାଷଜମିକୁ କେନାଲ ସଂଯୋଗ ହୋଇପାରୁ ନାହିଁ। ଅତିଶୀଘ୍ର ଏହାର ସମାଧାନ କରି ଆସନ୍ତା ରବିଋତୁରେ ସମସ୍ତ ଚାଷଜମିକୁ ଜଳସେଚନ କରାଯିବ ବୋଲି ଜଳସେଚନ ଅଧିକାରୀ ଅରୁଣ ସେଠୀ ପ୍ରକାଶ କରିଛନ୍ତି। ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଜିଲାପାଳ ମଧୁସୂଦନ ମିଶ୍ର ତୁରନ୍ତ ଏହାର ସମାଧାନ କରିବା ପାଇଁ ଜଳସେଚନ ବିଭାଗ ଓ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri