Posted inଜାତୀୟ

ତେଜିଲା କ୍ଷମତା ଲଢ଼େଇ

ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି ରହିଛି। ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଭାଜପା ପକ୍ଷରୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସ୍ପଷ୍ଟ କରିଛନ୍ତି। ଏହାର କିଛି ସମୟ ପରେ ଭାଜପା ସହ ହେବାକୁ ଥିବା ବୈଠକକୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ବାତିଲ କରିଦେଇଛନ୍ତି। ଏଥିଯୋଗୁ ଦୁଇଦଳର ସମ୍ପର୍କରେ ତିକ୍ତତା ବୃଦ୍ଧିପାଇବା ସହ ସରକାର ଗଠନ ପ୍ରକ୍ରିୟା ବିଳମ୍ବିତ ହୋଇପାରେ ବୋଲି କୁହାଯାଉଛି।
ସରକାର ଗଠନ ନେଇ ମଙ୍ଗଳବାର ଅପରାହ୍ନ ୪ଟାରେ ଭାଜପା ଓ ଶିବସେନା ମଧ୍ୟରେ ଏକ ବୈଠକ ହେବାର ଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ଭାଜପା ନେତା ଭୂପେନ୍ଦ୍ର ଯାଦବ ଓ ଶିବସେନାର ବରିଷ୍ଠ ନେତାମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। ହେଲେ ଏହା ପୂର୍ବରୁ ଫଡ୍‌ନବିସ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମନା କରିଦେଇଛନ୍ତି। ନିଜ ସରକାରୀ ବାସଭବନ ‘ବର୍ଷା’ରେ ଗଣମାଧ୍ୟମକୁ ଫଡ୍‌ନବିସ କହିଛନ୍ତି, ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ ଚୂଡ଼ାନ୍ତ ବେଳେ ଶିବସେନାକୁ ଅଢ଼େଇବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାଲାଗି ପ୍ରତିଶ୍ରୁତି ଦିଆଯାଇ ନ ଥିଲା । ଭାଜପା ନେତୃତ୍ୱାଧୀନ ସରକାର ୫ ବର୍ଷ ପାଇଁ ଚାଲିବ ଓ ସେ ମୁଖ୍ୟମନ୍ତ୍ରୀ ହେବେ। ଶିବସେନା ମୁଖପତ୍ର ‘ସାମ୍ନା’ରେ ଭାଜପାକୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ଆଲୋଚନା ପ୍ରକ୍ରିୟାରେ ବାଧାସୃଷ୍ଟି ହେବ ବୋଲି ଫଡ୍‌ନବିସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଶିବସେନା ଏଥିରେ ଅସନ୍ତୁଷ୍ଟ ହୋଇ ବୈଠକକୁ ବାତିଲ କରିଦେଇଛି। ଶିବସେନା କ୍ଷମତା ପାଇଁ ଭୋକିଲା ନାହିଁ। ସତ୍ୟର ରାଜନୀତିରେ ଆମେ ବିଶ୍ୱାସ କରୁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, ଏଠାରେ କୌଣସି (ଜେଜେପି ନେତା) ଦୁଷ୍ୟନ୍ତ ଚୌତାଲା ନାହାନ୍ତି, ଯାହାଙ୍କ ବାପା ଜେଲ୍‌ ଯାଇଥିବେ। ଆମକୁ କେହି କ୍ଷମତାରୁ ଦୂରେଇ ରଖିବାକୁ ଉଦ୍ୟମ କଲେ ତାହା ସତ୍ୟର ରାଜନୀତି ନୁହେଁ। ହରିୟାଣାରେ ମ୍ୟାଜିକ୍‌ ନମ୍ବରରୁ ୬ ଆସନ କମ୍‌ ପାଇଥିବା ଭାଜପା ଦୁଷ୍ୟନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ସରକାର ଗଢ଼ିଥିବାରୁ ମହାରାଷ୍ଟ୍ରରେ ସେପରି ସମୀକରଣର ସମ୍ଭାବନାକୁ ଏଡ଼ାଇବା ଲାଗି ସଞ୍ଜୟ ଏହି ସନ୍ଦେଶ ଦେଇଥିବା କୁହାଯାଉଛି।
ଯେ, କ୍ଷମତା ଭାଗବଣ୍ଟାକୁ ନେଇ ୫୦:୫୦ ସୂତ୍ର ଅନୁସାରେ ମେଣ୍ଟ ହୋଇଥିଲା। ଏଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଓ ଫଡ୍‌ନବିସ ରାଜି ହୋଇଥିଲେ। ତେଣୁ ଶିବସେନାକୁ ଅଢ଼େଇବର୍ଷ ମୁଖ୍ୟମନ୍ତ୍ରୀ ପଦ ଦେବା ନେଇ ଲିଖିତ ପ୍ରତିଶ୍ରୁତି ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଶିବସେନା ପକ୍ଷରୁ ଏକ ପୁରୁଣା ଭିଡିଓ କ୍ଲିପ୍‌ ଜାରି କରାଯାଇଛି। ଏଥିରେ କ୍ଷମତାର ସମାନ ଭାଗବଣ୍ଟା ସମ୍ପର୍କରେ ଫଡ୍‌ନବିସ କହୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି ନ କରି ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବା ପାଇଁ ଏନ୍‌ଡିଏ ସହଯୋଗୀ ଆର୍‌ପିଆଇ ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଶିବସେନା ରାଜ୍ୟ ଓ କେନ୍ଦ୍ରରେ ଅଧିକ ସଂଖ୍ୟକ ମନ୍ତ୍ରୀ ପଦ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଭାଜପାକୁ ଛାଡ଼ିଦେବା ଉଚିତ। ସେହିପରି ଶିବସେନାର ନବନିର୍ବାଚିତ ୪୫ ବିଧାୟକ ଫଡ୍‌ନବିସଙ୍କ ନେତୃତ୍ୱରେ ସରକାର ଗଠନ ହେଉ ବୋଲି ଚାହୁଁଥିବା ଭାଜପାର ରାଜ୍ୟ ସଭା ସଦସ୍ୟ ସଞ୍ଜୟ କାକାଡେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri