Posted inଜାତୀୟ

ତେଜସ୍‌ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ନାଭାଲ ଭର୍ସନର ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ ଶୁକ୍ରବାର ସଫଳ ହୋଇଛି। ଗୋଆ ଉପକୂଳରେ ଥିବା ଆଇଏନ୍‌ଏସ୍‌ ହଂସ ନାଭାଲ ବେସ୍‌ ସୀମିତ ରନ୍‌ଓ୍ବେରେ ତେଜସ୍‌ ସଫଳତାର ସହ ଅବତରଣ କରିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି। ଭାରତ ନିର୍ମିତ ଲଢ଼ୁଆ ବିମାନ ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ କରିବା ଏହା ପ୍ରଥମ ଘଟଣା। କେବଳ ଆମେରିକା, ରୁଷିଆ, ଫ୍ରାନ୍ସ, ଚାଇନା ଭଳି କେତେକ ଦେଶ ଏଭଳି ଲ୍ୟାଣ୍ଡିଂ କ୍ଷମତା ହାସଲ କରିଛନ୍ତି। ତେବେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଏବଂ ନିର୍ମାଣାଧୀନ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅବତରଣ ଏବଂ ନୌସେନାରେ ସାମିଲ ହେବା ପାଇଁ ଆହୁରି ଅନେକ କିଛି କରିବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ବର୍ତ୍ତମାନ ନୌସେନା ରୁଷିଆ ନିର୍ମିତ ୪୫ଟି ମିଗ୍‌ ୨୯କେ ଯୁଦ୍ଧବିମାନକୁ ବ୍ୟବହାର କରୁଛି, ଯାହା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରୁ ଉଡ଼ାଣ କରିପାରିବ। ଏକକ ଇଞ୍ଜିନ ବିଶିଷ୍ଟ ତେଜସ୍‌ର ଓଜନ ଅଧିକ ଥିତ୍ବାରୁ ଏହାକୁ ପୂର୍ବରୁ ନୌସେନା ପ୍ରତ୍ୟାଖ୍ୟାନ କରିଥିଲା। ପରେ ଡିଆର୍‌ଡିଓ ତେଜସ୍‌ର ମାର୍କ-୨ ଭର୍ସନ ନିର୍ମାଣ କରିଥିଲା ଯାହାର ଇଞ୍ଜିନ କ୍ଷମତା ଅଧିକ ହେବା ସହ ଓଜନ କମ୍‌ ରହିଛି। ବାୟୁସେନାରେ ୧୨୩ଟି ତେଜସ ସାମିଲ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ଟି ମିଳିଛି। ନୌସେନାକୁ ୫୦ଟି ନାଭାଲ ଭାରିଆଣ୍ଟ ତେଜସ୍‌ ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri