Posted inଜାତୀୟ

ତେଜସ୍‌ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ନାଭାଲ ଭର୍ସନର ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ ଶୁକ୍ରବାର ସଫଳ ହୋଇଛି। ଗୋଆ ଉପକୂଳରେ ଥିବା ଆଇଏନ୍‌ଏସ୍‌ ହଂସ ନାଭାଲ ବେସ୍‌ ସୀମିତ ରନ୍‌ଓ୍ବେରେ ତେଜସ୍‌ ସଫଳତାର ସହ ଅବତରଣ କରିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି। ଭାରତ ନିର୍ମିତ ଲଢ଼ୁଆ ବିମାନ ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ କରିବା ଏହା ପ୍ରଥମ ଘଟଣା। କେବଳ ଆମେରିକା, ରୁଷିଆ, ଫ୍ରାନ୍ସ, ଚାଇନା ଭଳି କେତେକ ଦେଶ ଏଭଳି ଲ୍ୟାଣ୍ଡିଂ କ୍ଷମତା ହାସଲ କରିଛନ୍ତି। ତେବେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଏବଂ ନିର୍ମାଣାଧୀନ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅବତରଣ ଏବଂ ନୌସେନାରେ ସାମିଲ ହେବା ପାଇଁ ଆହୁରି ଅନେକ କିଛି କରିବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ବର୍ତ୍ତମାନ ନୌସେନା ରୁଷିଆ ନିର୍ମିତ ୪୫ଟି ମିଗ୍‌ ୨୯କେ ଯୁଦ୍ଧବିମାନକୁ ବ୍ୟବହାର କରୁଛି, ଯାହା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରୁ ଉଡ଼ାଣ କରିପାରିବ। ଏକକ ଇଞ୍ଜିନ ବିଶିଷ୍ଟ ତେଜସ୍‌ର ଓଜନ ଅଧିକ ଥିତ୍ବାରୁ ଏହାକୁ ପୂର୍ବରୁ ନୌସେନା ପ୍ରତ୍ୟାଖ୍ୟାନ କରିଥିଲା। ପରେ ଡିଆର୍‌ଡିଓ ତେଜସ୍‌ର ମାର୍କ-୨ ଭର୍ସନ ନିର୍ମାଣ କରିଥିଲା ଯାହାର ଇଞ୍ଜିନ କ୍ଷମତା ଅଧିକ ହେବା ସହ ଓଜନ କମ୍‌ ରହିଛି। ବାୟୁସେନାରେ ୧୨୩ଟି ତେଜସ ସାମିଲ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ଟି ମିଳିଛି। ନୌସେନାକୁ ୫୦ଟି ନାଭାଲ ଭାରିଆଣ୍ଟ ତେଜସ୍‌ ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri