Posted inଖେଳ

ତୃତୀୟ ଟେଷ୍ଟ: ଲାବୁସେନଙ୍କ ଦ୍ୱିଶତକ ପରେ ନ୍ୟୁଜିଲାଣ୍ଡର ଭଲ ଆରମ୍ଭ

ସିଡନୀ,୪।୧(ଏଏଫ୍‌ପି):  ସ୍ଥାନୀୟ ସିଡନୀ କ୍ରକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବିଶାଳ ସ୍କୋର ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୦.୧ ଓଭରରେ ୪୫୪ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୯ ଓଭରରେ କୌଣସି ଉଇକେଟ ନ ହରାଇ ୬୩ ରନ ସଂଗ୍ରହ ସଂଗ୍ରହ କରି ଭଲ ଆରମ୍ଭ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ନ୍ୟୁଜିଲାଣ୍ଡ ୩୯୧ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ତଥା ଅଧିନାୟକ ଟମ୍‌ ଲଥାମ ୨୬ ଓ ଟମ୍‌ ବ୍ଲଣ୍ଡେଲ ୩୪ ରନକରି ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୮୩/୩ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଚା’ ପାନ ବିରତି ପୂର୍ବରୁ ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଲାବୁସେନ ୧୩୦ରୁ ଖେଳ ଆରମ୍ଭ କରି ୨୧୫ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ଲେଗ୍‌ ସ୍ପିନର ଟୋଡ ଆସଲେଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଦ୍ୱିତୀୟ ଦିବସରେ ଲାବୁସେନ ହିରୋ ସାବ୍ୟସ୍ତ ହୋଇଥିଲେ। ୫୧୬ ମିନିଟ କ୍ରିଜ୍‌ରେ ରହି ୩୬୩ଟି ବଲ୍‌ ଖେଳି ସେ ୧୯ ଚୌକା ଓ ଗୋଟିଏ ଛକା ସହ ଏହି ଦ୍ୱିଶତକୀୟ ପାଳି ଖେଳିଥିଲେ। ଟେଷ୍ଟରେ ଏହା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସାବ୍ୟସ୍ତ ହୋଇଛି। ପୂର୍ବରୁ ଗତ ନଭେମ୍ବରରେ ସେ ପାକିସ୍ତାନ ବିପକ୍ଷ ବ୍ରିସ୍‌ବେନ ଟେଷ୍ଟରେ ସର୍ବାଧିକ ୧୮୫ ରନର ଶତକୀୟ ପାଳି ଖେଳିଥିଲେ। ଏଥିସହିତ ଲବୁସେନ ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସମରରେ ୮୩୭ ରନ କରି ପୂର୍ବତନ ଖେଳାଳି ନିଲ ହାର୍ଭେରୀଙ୍କୁ ପଛରେ ପକାଇଛନ୍ତି। ଗତ ବର୍ଷ ସେ ୧, ୧୦୪ ରନ ସଂଗ୍ରହ କରି ଟେଷ୍ଟରେ ସର୍ବାଧିକ ରନ୍‌ ସଂଗ୍ରହକାରି ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ସେହିପରି ୨୨ରୁ ଖେଳ ଆରମ୍ଭ କରି ମାଥ୍ୟୁ ଓ୍ବେଡ୍‌ ଆଉ ଅଧିକ ରନ ସଂଗ୍ରହ କରି ନ ପାରି ସେହି ସ୍କୋରରେ ଓ୍ବିଲିୟମ ସୋମେରଭିଲ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ଚା ପାନ ବିରତି ପରେ ଅଷ୍ଟ୍ରେଲିଆ ଉଇକେଟଗୁଡିକର ଶୀଘ୍ର ପତ୍ତନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ ୧୦, ଅଧିନାୟକ ତଥା ଉଇକେଟକିପର ଟିମ୍‌ ପେନ ୩୫, ଜେମ୍ସ ପାଟିନସନ ୨, ପ୍ୟାଟ୍‌ କୁମିନ୍ସ ୮, ମିଚେଲ ଷ୍ଟାର୍କ ୨୨ ରନକରି ଆଉଟ ହୋଇଥିବା ବେଳେ ନାଥନ ଲିୟନ ୬ ରନ କରି ଅପରାଜିତ ରହିଥିଲେ। ଷଷ୍ଟ ଉଇକେଟରେ ଲାବୁସେନ ଓ ପେନ୍‌ ୭୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ କଲିନ ଡି ଗ୍ରାଣ୍ଡହୋମ, ନିଲ ଓ୍ବାଗନର ୩ଟି ଲେଖାଏ, ଆସଲେ ୨ଟି, ମ୍ୟାଟ୍‌ ହେନେରି ଓ ସୋମେରଭିଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୦.୧ ଓଭରରେ ୪୫୪ରେ ଅଲଆଉଟ
(ଲାବୁସେନ- ୨୧୫, ସ୍ମିଥ୍‌- ୬୩, ଓ୍ବାର୍ନର- ୪୫, ପେନ୍‌- ୩୫, ଷ୍ଟାର୍କ- ୨୨, ଓ୍ବେଡ- ୨୨, ଗ୍ରାଣ୍ଡହୋମ- ୩/୭୮, ଓ୍ବାଗନର- ୩/୬୬, ଆସଲେ- ୨/୧୧୧, ହେନେରୀ- ୧/୯୪, ସୋମେରଭିଲ- ୧/୯୯)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୯ ଓଭରରେ ୬୩/୦
(ଲଥାମ- ୨୬ *, ବ୍ଲଣ୍ଡେଲ- ୩୪*)।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା ପରଠାରୁ,…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri