Categories: ଜାତୀୟ

ତୁଷାରପାତ ଯୋଗୁ ହିମାଚଳ ପ୍ରଦେଶର ୪ ରାଜପଥ ସମେତ ୬୫୦ ରାସ୍ତା ବନ୍ଦ

ଶିମଲା,୧୧।୧:ହିମାଚଳ ପ୍ରଦେଶରେ ଗତ କିଛିଦିନ ହେବ ତୁଷାରପାତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ହିମାଚଳ ପ୍ରଦେଶ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏସ୍‌ଡିଏମ୍‌ଏ)ର ସୂଚନା ଅନୁଯାୟୀ, ଏହି ତୁଷାରପାତ ଫଳରେ ୪ ଜାତୀୟ ରାଜପଥ ସମେତ ପ୍ରାୟ ୬୬୫ ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। କେବଳ ସେତିକି ନୁହେଁ ତୁଷାରପାତ ଯୋଗୁ ୨୬୪୬ ଇଲେକ୍ଟ୍ରିସିଟି ସପ୍ଲାଇ ସ୍କିମ ବାଧାପ୍ରାପ୍ତ ହେବା ସହ ୨ଶହ ଓ୍ବାଟର ସପ୍ଲାଇ ସ୍କିମ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆଉ କିଛିଦିନ ଏହି ତୁଷାରପାତ ଜାରି ରହିବା ସହ ଆସନ୍ତା ୧୩ ତାରିଖରେ ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଆଦି ସ୍ଥାନରେ ପ୍ରବଳ ବର୍ଷା କିମ୍ବା ତୁଷାରପାତ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ।

Share