ତୁଳସୀଙ୍କ ହାତ ଧରିବାକୁ ବାହାରିଲେ ଶ୍ରୀବଳଦେବ ଜୀଉ

ବାସୁଦେବପୁର, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଗୁଡ଼ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉ ତୁଳସୀ ଦେବୀଙ୍କ ହାତ ଧରିବେ।
ବଳଦେବ ଜୀଉ ବିବାହ ନିମନ୍ତେ ଗୁରୁବାର ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଅଭିମୁଖେ ଶୋଭାଯାତ୍ରାରେ ଯାଇଛନ୍ତି। ପ୍ରଥମେ ମହାପ୍ରଭୁ ବଳଦେବଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବଳଦେବଙ୍କ ପ୍ରତୀକ ବିଗ୍ରହକୁ ସୁସଜ୍ଜିତ କରାଯାଇ ଶୋଭାଯାତ୍ରାରେ ମନ୍ଦିର ପରିସରରୁ ବାହାର କରାଯାଇ ସ୍ବତନ୍ତ୍ର ପାଲିଙ୍କିରେ ବସାଯାଇଥିଲା। ବାଜା, ସଂକୀର୍ତ୍ତନ ସହିତ ଶୋଭାଯାତ୍ରାରେ ବଳଦେବ ଜୀଉ ବରଯାତ୍ରୀ ତଥା ପୂଜକ, ପଣ୍ଡା, ଗ୍ରାମବାସୀଙ୍କୁ ସାଥୀରେ ଧରି ତୁଳସୀକ୍ଷେତ୍ରରେ ମାତା ତୁଳସୀ ଦେବୀଙ୍କୁ ବିବାହ ପାଇଁ ଯାଇଛନ୍ତି। ଏହି ବିବାହ ଶୋଭାଯାତ୍ରା ଶୁକ୍ରବାର ବ୍ରହ୍ମବରଦାସ୍ଥିତ ଛତାମଠରେ ପହଞ୍ଚିବ। ସେଠାରେ ନୌକାବିହାର ସାରି ଶନିବାର କେନ୍ଦ୍ରାପଡ଼ା ଅଭିମୁଖେ ଯିବେ ବୋଲି ଜଣାପଡ଼ିଛି। ବଳଦେବ ଜୀଉଙ୍କ ଆଜ୍ଞାମାଳ ନେଇ ଭଦ୍ରେଶ୍ୱର ମହାଦେବଙ୍କ ଦର୍ଶନ କରି ସେଠାରେ କନ୍ଦରାସୁର ବଧ କରିବେ। ଏହାପରେ ତୁଳସୀ ଦେବୀଙ୍କ ସହିତ ବଳଦେବ ଜୀଉଙ୍କ ବିବାହ ଅନୁଷ୍ଠିତ ହେବ। ପରେ ପୁଣି ଚୂଡ଼ବଳଦେବ ମନ୍ଦିରକୁ ବଳଦେବ ଓ ତୁଳସୀ ମାତା ପ୍ରତ୍ୟାବର୍ତ୍ତନ କରିବେ। ପୂଜକ ଶମ୍ଭୁନାଥ ପଣ୍ଡା, ଗଜେନ୍ଦ୍ର ପ୍ରସାଦ ଦାଶ, ସୁରେନ୍ଦ୍ର ପଣ୍ଡା, ଲୋକନାଥ ପଣ୍ଡା, ମୃତ୍ୟୁଞ୍ଜୟ ପଣ୍ଡା, ଚିଦାମ୍ବର ପଣ୍ଡା, ସୁକୁମାର ଦାଶ, ଲମ୍ବୋଦର ପଣ୍ଡା, ଲକ୍ଷ୍ମଣ କୁମାର ବେଜ ଓ ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ବିବାହ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri