ଅମ୍ଫନ ଉଜାଡିଛି ଧାନ କ୍ଷେତ

ରେମୁଣା, ୨୩।୩(ଡି.ଏନ.ଏ.)-ବାତ୍ୟା ପ୍ରଭାବରେ ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତର ୩୦ଏକର ଚାଷ ଜମି ଉଜୁଡ଼ିଯାଇଛି। ଶନିବାର କୃଷି ଅଧିକାରିଣୀ କ୍ଷମାମୟୀ ଦାସ, ଆର୍‌ଆଇ ମଦନମୋହନ ଲେଙ୍କା, ସହକାରୀ ଆର୍‌ଆଇ ସୋମନାଥ ସିଂ ଏବଂ ତୁଣ୍ଡୁରା ସରପଞ୍ଚ ଅଜୟ କୁମାର ବାରିକ ଚାଷଜମି ପରିଦର୍ଶନରେ ଯାଇ କ୍ଷୟକ୍ଷତି ଆକଳନ କରିଥିଲେ। ପାଖାପାଖି ୮୦ରୁ ୮୫ ଭାଗ ଧାନ ନଷ୍ଟ ହୋଇଛି। ଏଥିପାଇଁ ଚାଷୀକୁଳକୁ ସରକାରଙ୍କ ତରଫରୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଚାଷୀମାନେ ସରକାରୀ ଅଧିକାରୀଙ୍କୁ ନିବେଦନ କରିଥିଲେ।