ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଛି । ଟୋକନ ପାଇବାରୁ ବଞ୍ଚିତ ଅନେକ ଚାଷୀ ଏପର୍ଯ୍ୟନ୍ତ ଅମଳ ଧାନ ବିକ୍ରି କରି ପାରି ନ ଥିବାବେଳେ ଧାନ ବିକିଥିଲେ ସୁଦ୍ଧା ଚକ୍ଷୁ ସ୍କାନର ଭାଗଚାଷୀଙ୍କ ପାଇଁ ଏବେ ପ୍ରତିବନ୍ଧକ ସାଜିଛି। ଫଳରେ ଧାନ କିଣାବିକାକୁ ନେଇ ଏବେ ମଧ୍ୟ ଚାପା ଅସନ୍ତୋଷ ଲାଗି ରହିଛି । ଜିଲାରେ ଗତ ନଭେମ୍ବର ୧୫ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆରମ୍ଭରୁ କିଛିଦିନ ଧରି ଧାନ କିଣାବିକାରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଟୋକନ ତାତି ଥମିଯାଇ ଧାନ ସଂଗ୍ରହ ପ୍ରକ୍ରିୟା ଆପାତତଃ ସ୍ବାଭାବିକ ହୋଇଛି । ହେଲେ ଧାନ କିଣାବିକା ମନ୍ଥର ଗତିରେ ଚାଲିଥିବା ପରିଲକ୍ଷିତ ହୋଇଛି ।
ଗତ ଅକ୍ଟୋବର ୩୧ତାରିଖରେ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକରେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନରେ ୫୮, ଅତାବିରା ଆରଏମସି ୫୧ ଏବଂ ପଦ୍ମପୁର ଆରଏମସି ଅଧୀନରେ ୬୦ଟି ମଣ୍ଡିରେ ଧାନ କିଣାବିକା ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ କେତେକ ମଣ୍ଡିରେ ଧାନ କିଣାବିକା ଆରମ୍ଭ ହୋଇ ନ ଥିବାବେଳେ ଯେଉଁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି, ସେଠାରେ ମଧ୍ୟ ଚାଷୀଙ୍କୁ ହଟହଟା ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଟୋକନ ପରେ ଏବେ ଚକ୍ଷୁ ସ୍କାନ୍‌କୁ ନେଇ ଚାଷୀମାନେ ଅଡୁଆରେ ପଡ଼ିଛନ୍ତି ।
ସୂଚନା ଅନୁଯାୟୀ, ପଦ୍ମପୁର ଆରଏମସି ଅଧୀନ ମଣ୍ଡି ଗୁଡ଼ିକୁ ଏପର୍ଯ୍ୟନ୍ତ ୫ଲକ୍ଷ ୧୯ହଜାର ୪୮୪ ପ୍ୟାକେଟ୍‌ ଧାନ ପହଞ୍ଚିଛି । ସେଥିରୁ ୨ଲକ୍ଷ ୯୬ହଜାର ୬୯୩ ପ୍ୟାକେଟ୍‌ ଅର୍ଥାତ୍‌ ୧ଲକ୍ଷ ୩୦ହଜାର ୩୯୮ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଆହୁରି ୩ଲକ୍ଷ ୧୨ହଜାର ୭୯୧ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକୁ ଆସିଥିବା ୬ଲକ୍ଷ ୮୫ହଜାର ୮୩୭ ପକେଟ୍‌ ମଧ୍ୟରୁ ୬ଲକ୍ଷ ୧୯ହଜାର ୪୧୦ ପ୍ୟାକେଟ୍‌ ଅର୍ଥାତ୍‌ ୨ଲକ୍ଷ ୭୨ହଜାର ୨୧୩ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଏଠାରେ ଆହୁରି ୬୬ହଜାର ୪୨୭ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ପାରି ନାର୍ହି । ଅତାବିରା ଆରଏମସି ଅଧୀନ ମଣ୍ଡି ଗୁଡ଼ିକରେ ଏପର୍ଯ୍ୟନ୍ତ ୧୩ଲକ୍ଷ ୭୫ହଜାର ୧୧୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି । ସେଥିରୁ ୧୨ଲକ୍ଷ ୫୮ହଜାର ୮୫୪ ପ୍ୟାକେଟ୍‌ ଅର୍ଥାତ୍‌ ୫ଲକ୍ଷ ୩୯ହଜାର ୩୫ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଏହି ଆରଏମସି ଅଧୀନ ମଣ୍ଡି ଗୁଡ଼ିକରେ ଆହୁରି ୧ଲକ୍ଷ ୧୬ହଜାର ୨୬୨ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ମଣ୍ଡିରୁ ଧାନ ଉଠୁ ନ ଥିବା ଯୋଗୁ ଚାଷୀ ଶୀତ, କାକରରେ ଧାନ ଜଗି ରହୁଥିବାବେଳେ ଚକ୍ଷୁ ସ୍କାନ୍‌ ସମସ୍ୟା ଯୋଗୁ ମୁଖ୍ୟତଃ ଭାଗଚାଷୀମାନେ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟ ପାଇବାରେ ହଇରାଣ ହେଉଥିବା ଏବେ ଧାନ କିଣାବିକାରେ ପ୍ରମୁଖ ସମସ୍ୟା ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri