ବିଧାୟକଙ୍କ ଗାଡ଼ି ପୋଡ଼ି ଘଟଣା: ୨ ଅଭିଯୁକ୍ତ କୋର୍ଟ ଚାଲାଣ

ତାଳଚେର,୧୫।୧୨(ନି.ପ୍ର.): ତାଳଚେର ବିଧାୟକଙ୍କ ଗାଡ଼ି ପୋଡି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରବିବାର ସକାଳେ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଯୁବ ସମାଜସେବୀ ସଂଗଠନର ଦୁଇ ପ୍ରମୁଖ କର୍ମକର୍ତ୍ତା। ଗତ ୮ ତାରିଖରେ ବିଧାୟକଙ୍କ ଭରତପୁରସ୍ଥିତ କ୍ୟାମ୍ପ୍‌ ଅଫିସରେ ବିଳମ୍ବିତ ରାତିରେ ଅଭିଯୁକ୍ତ ଦ୍ୱୟ ନିଆଁ ଲଗାଇ ଦେଇଥିଲେ। ଏଥିରେ ବିଧାୟକଙ୍କ ଗାଡ଼ି ସହ ବିଜୁ ଯୁବ ବାହିନୀର ଆମ୍ବୁଲାନ୍ସରେ ମଧ୍ୟ ନିଆଁ ଲାଗି ଯାଇଥିଲା। ବିଧାୟକଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଓ ଆମ୍ବୁଲାନ୍ସଟି ଆଂଶିକ ପୋଡ଼ି ଯାଇଥିଲା। ଏନେଇ ବିକ୍ରମପୁର ଥାନାରେ ୧୪୨/୧୯ରେ ମକଦ୍ଦମା ରୁଜୁ କରାଯାଇ ଏକ ସ୍ବତନ୍ତ୍ର ଟିମ୍‌ ଏହାର ତଦନ୍ତ ଓ ଅନୁସନ୍ଧାନ ଜାରି ରଖିଥିଲା। ତେବେ ଶନିବାର ରାତିରେ ପୋଲିସ ତାଳଚେର ଅଞ୍ଚଳରୁ ଉଭୟଙ୍କୁ ଗିରଫ କରିଥିବା ବେଳେ ରବିବାର କୋର୍ଟ ଚାଲାଣ କରିଛି।