ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି ଅବହେଳା:ବର୍ଷେ ହେଲା ବନ୍ଦ ଘରେ ଅଫିସ ସାମଗ୍ରୀ

ତାଳଚେର, ୨ା୭(ନି.ପ୍ର.)ବାର୍ଷିକ ୬ ଶହ କୋଟି ରାଜସ୍ବ ଦେଉଥିବା ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି କରାଯାଉଛି ଚରମ ଅବହେଳା। ଭଡ଼ା ଘରେ ଚାଲିଆସିଥିବା ଏହି କାର୍ଯ୍ୟାଳୟ ବର୍ଷେ ହେଲା ବନ୍ଦ ପଡ଼ିଛି। ଘର ମାଲିକ ଘର ଛଡ଼ାଇ ନେବା ପରଠାରୁ ଅଫିସର ସମସ୍ତ ଫାଇଲ ଓ ଆସବାବପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତର ହୋଇଥିଲେ ବି ସେବେଠାରୁ ଭଡ଼ା ଘରଟିଏ ଯୋଗାଡ଼ କରାଯାଇ ପାରୁ ନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ୩୫ ଶହ ଡିଲର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟାଳୟକୁ ଅନୁଗୋଳ ସ୍ଥାନାନ୍ତର ପାଇଁ ହୋଇଥିବା ଷଡ଼ଯନ୍ତ୍ର ଯୋଗୁ ଏପରି ଅଣଦେଖା କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ତେବେ ବାଣିଜ୍ୟକର କାର୍ଯ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଯୁବ ସାମାଜସେବୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଞ୍ଚଳବାସୀଙ୍କ ପକ୍ଷରୁ ବହୁ ଦାବି, ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ୍‌ସ୍ଥିତ ଏକ ଭଡା ଘରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇଥିଲା। ଦୀର୍ଘ ୧୦ ବର୍ଷ ସେଠାରେ କାର୍ଯ୍ୟାଳୟ ଚାଲିଥିଲା। ହେଲେ ମରାମତି ପାଇଁ ଭଡ଼ା ଘର ମାଲିକ ୨୦୧୮ ଜୁଲାଇ ୫ ମଧ୍ୟରେ କାର୍ଯ୍ୟାଳୟ ଖାଲି କରିବାକୁ ୩ ମାସ ପୂର୍ବରୁ ନୋଟିସ ଦେଇଥିଲେ। ଏହାପରେ ଜୁନ ୨୨ରେ ଅନୁଗୋଳର ଜଏଣ୍ଟ କମିଶନର ଏହି ଅଫିସକୁ ଅନୁଗୋଳ ସ୍ଥାନାନ୍ତର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୁନ ୨୪ରେ ତାଳଚେର ସିଟିଓ ଉକ୍ତ ଅଫିସର କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଅନୁଗୋଳ ନେବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ତାଳଚେରବାସୀ ଏହାକୁ ଦୃଢ ବିରୋଧ କରିବା ସହ ସାମଗ୍ରୀ ନେବାକୁ ଆସିଥିବା ଗାଡିକୁ ଫେରାଇ ଦେଇଥିଲେ। ପରେ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର, ଫାଇଲ ଗାଡିରେ ନିଆଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଏମ୍‌ସିଏଲ୍‌ର ସ୍ବତନ୍ତ୍ର ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ରଖାଯାଇଥିଲା। ସେବେଠାରୁ ସେଠାରେ ତାଲା ପକାଯାଇଥିବା ବେଳେ ଜଣେ ପିଅନ ଏହାକୁ ଜଗିଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭୁବନେଶ୍ୱର ବଦଳି କରିଦିଆଯାଇ ଅନୁଗୋଳର ଜଣେ ଅଧିକାରୀଙ୍କୁ ଉକ୍ତ ଅଫିସ ଦାୟିତ୍ୱରେ ରଖାଯାଇଛି। ଅନୁଗୋଳ ଜିଲାରେ ମୋଟ ୬ ହଜାର ୫ଶହ ଡିଲର ଥିବା ବେଳେ କେବଳ ଏହି ଅଫିସ ଉପରେ ୩୫ ଶହ ଡିଲର ନିର୍ଭର କରିଥାନ୍ତି। ତେବେ କେତେଜଣ ଅସାଧୁ ଅଫିସର ଓ ଡିଲରଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଜାଣି ଶୁଣି ଏହି କାର୍ଯ୍ୟାଳୟକୁ ଅଚଳାବସ୍ଥାରେ ରଖାଯାଇଛି ବୋଲି ଅନେକ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ବାର୍ଷିକ ୬ଶହ କୋଟି ଟଙ୍କା ରାଜସ୍ବ ଦେଉଥିବା ଏହି ଅଫିସ ପାଇଁ ପ୍ରଶାସନ ନିଜସ୍ବ ଘର ନିର୍ମାଣ କରିବା କଥା। କିନ୍ତୁ ତାହା ତ ଦୂରର କଥା ଭଡ଼ା ଘରଟିଏ ଯୋଗାଡ଼ କରାଯାଉ ନ ଥିବା ପଛରେ କି ଷଡ଼ଯନ୍ତ୍ର ରହିଛି ସେ ନେଇ ପ୍ରଶ୍ନ କରିଛନ୍ତି। ଏପରି କି ଅଫିସ ଅନୁଗୋଳକୁ ସ୍ତାନାନ୍ତର କରିନେବାକୁ ଏହା ଏକ ଚକ୍ରାନ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ଏହାକୁୁ କାର୍ଯ୍ୟକ୍ଷମ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଯୁବସମାଜସେବୀ ସଙ୍ଗଠନ ପକ୍ଷରୁ ଚେତାଇ ଦିଆଯାଇଛି। ଏ ସମ୍ପର୍କରେ ଅନୁଗୋଳର ଜଏଣ୍ଟ କମିଶନର ତେଜରାଜ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri