Categories: ଭଦ୍ରକ

ତାରିଣୀ ମନ୍ଦିରରୁ ଚୋରି ଘଟଣା: ୩ ଗିରଫ

ଭଦ୍ରକ ଅଫିସ, ୧୫।୯- ଭଦ୍ରକ ଗବସାହି ତାରିଣୀ ମନ୍ଦିରରୁ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ମାମଲା(ନଂ.୨୬୮/୧୯) ରୁଜୁ ହୋଇଛି। ଅନ୍ୟ ଜଣେ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ହୋମ୍‌କୁ ପଠାଯାଇଛି। ଗିରଫ ୩ ଜଣ ଚାରିଘରିଆ ଗ୍ରାମର ନନ୍ଦୁ ମୁଣ୍ଡା, କେନ୍ଦୁଝର ଜିଲା ଗୋପୀନାଥପୁର ଗଁାର ଜଗନ୍ନାଥ ମାଝୀ ଓ ଗବସାହି ଗ୍ରାମର ବାପୁନୁ ସିଂ ବୋଲି ଜଣାପଡ଼ିଛି। ପୋଲିସ ସେମାନଙ୍କ ବୟାନକୁ ଭିତ୍ତିକରି ନିକଟସ୍ଥ ସାଳନ୍ଦୀ ନଦୀକୂଳ ବାଉଁଶ ଗଛମୂଳରୁ ଏକ ଚୋରି ରୂପା ସାମଗ୍ରୀ ଉଦ୍ଧାର କରିଛି। ଅନ୍ୟ ବହୁ ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ। ସୂଚନାଥାଉ କି, ଗତ ୧୦ ତାରିଖ ରାତିରେ ଗବସାହି ତାରିଣୀ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିବାକ୍ସ ସହିତ ମା’ ଙ୍କ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା।