Posted inଖେଳ

ତାରକା ବୋଲର ବସନ୍ତ

ଓଡ଼ିଶା ପାଇଁ ୧୦୦ତମ ରଣଜୀ ମ୍ୟାଚ୍‌ ଖେଳି ଦ୍ରୁତ ବୋଲର ବସନ୍ତ ମହାନ୍ତି ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ରଶ୍ମିରଞ୍ଜନ ପରିଡା ଓ ପ୍ରଜ୍ଞାନ ଓଝା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି….

ରଣଜୀ ଇତିହାସରେ ଓଡ଼ିଶା ଅନେକ ପେସ୍‌ ବୋଲର ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ହରମୋହନ ପ୍ରହରାଜ, ସୋମନାଥ ସାହୁ, ପବନ ଅଗ୍ରୱାଲ, ବିପିନ୍‌ ସିଂ, ସୌରଜିତ୍‌ ମହାପାତ୍ର, ଅଜୟ ବାରିକ, ସି.ପି. ଶର୍ମା ଏବଂ ଦେବାଶିଷ ମହାନ୍ତିଙ୍କ ପରି ସଫଳ ବୋଲରମାନେ। ଏହି ସମସ୍ତ ମିଡିୟମ୍‌ ପେସ୍‌ ଏବଂ ପେସ ବୋଲରମାନେ ବିଭିନ୍ନ ସମୟରେ ନିଜ କ୍ଲବ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ରଣଜୀ ଦଳ ପାଇଁ ମନୋନୀତ ହେବା ସହିତ ବେଶ୍‌ ସୁନାମ ଓଡ଼ିଶା ପାଇଁ ଆଣିଛନ୍ତି। ଚଳିତ ସିଜନ୍‌ ପାଇଁ ଟିମ୍‌ ଓଡ଼ିଶା ତା’ର ରଣଜୀ ଅଭିଯାନ ଶେଷ କରିଛି। ବେଙ୍ଗଲ ସହିତ ଘରୋଇ ଡ୍ରିମସ୍‌ ଗ୍ରାଉଣ୍ଡରେ ମ୍ୟାଚ ଡ୍ର ରହିବା ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଓଡ଼ିଶାକୁ ନିରାଶ ହେବାକୁ ପଡିଛି। ଭେଟେରାନ୍‌ ମିଡିୟମ ପେସ୍‌ ବୋଲର ବସନ୍ତ ମହାନ୍ତିଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଥିଲା। ସେ କ୍ୟାରିୟରର ୧୦୦ତମ ରଣଜୀ ମ୍ୟାଚ ଖେଳି ନିଜକୁ ଓଡ଼ିଶାର ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ମଧ୍ୟରେ ସାମିଲ କରିଛନ୍ତି। ତାଙ୍କ ପୂର୍ବରୁ ଏହି ସଫଳତା ଆଉ ୪ଜଣ ଓଡ଼ିଆ ଖେଳାଳିଙ୍କୁ ମିଳିଥିଲା। ସେମାନେ ହେଲେ ବସନ୍ତଙ୍କ ଆଦର୍ଶ ଖେଳାଳି ଦେବାଶିଷ ମହାନ୍ତି, ଅନ୍ତର୍ଜାତୀୟ ଖେଳାଳି ଶିବସୁନ୍ଦର ଦାସ, ବର୍ତ୍ତମାନ ରଣଜୀ ଦଳର କୋଚ ରଶ୍ମିରଞ୍ଜନ ପରିଡା ଏବଂ ଓଡ଼ିଶା ବାହାରେ ପ୍ରତିଷ୍ଠା ଲାଭ କରିଥିବା ପ୍ରଜ୍ଞାନ ଓଝା।
ବସନ୍ତ ତାଙ୍କର ଡେବ୍ୟୁ ମ୍ୟାଚ ବେଙ୍ଗଲ ବିପକ୍ଷରୁ ଆରମ୍ଭ ବେଶ୍‌ ସଫଳତା ହାସଲ କରିଥିଲେ। ସଫଳ ବୋଲର ରୂପେ ଉଭୟ ଇନିଂସରେ ମାତ୍ର ୫୭ ରନ୍‌ ଦେଇ ୮ଟ ଉଇକେଟ ନେବା ଫଳରେ ଓଡ଼ିଶା ୬ ଉଇକେଟରେ ବିଜୟୀ ହୋଇଥିଲା। ସେବେ ଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଏହି ତାରକା ବୋଲର। ନିଜ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବା ସହିତ ଚର୍ଚ୍ଚାରେ ରହିଛନ୍ତି ବସନ୍ତ।
୧୯୮୬ ମସିହାରେ ଜନ୍ମିତ ଏହି ୩୫ବର୍ଷୀୟ ଓଡ଼ିଶାର ତାରକା ବୋଲର ଇଣ୍ଡିଆ ’ଏ’, ଇଷ୍ଟ ଜୋନ୍‌ ଏବଂ ରଣଜୀ ମ୍ୟାଚ ଖେଳିଛନ୍ତି। ଯଦିଓ ଅନ୍ତର୍ଜାତୀୟ ଟେଷ୍ଟ, ଏକଦିବସୀୟ, ଟି୨୦ ଏବଂ ଆଇପିଏଲ୍‌ ମ୍ୟାଚ ଖେଳି ନାହାନ୍ତି ତଥାପି ପ୍ରତ୍ୟେକ ରଣଜୀ ଦଳର ଖେଳାଳିମାନଙ୍କ ନିକଟରେ ବେଶ୍‌ ଜଣାଶୁଣା। ମନରେ କ୍ଷୋଭ ଯେ ସେ ଇଣ୍ଡିଆ ’ଏ’ ଟିମ୍‌ ପାଇଁ ଏକଦିବସୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଥିବା ବେଳେ ବିଶେଷ ସଫଳତା ପାଇପାରି ନ ଥିଲେ। ବେଳେ ବେଳେ ଦଳପାଇଁ ଉପଯୋଗୀ ଇନିଂସ ଖେଳିବାକୁ ସକ୍ଷମ ଏହି ତାରକା ଖେଳାଳି ଏପର୍ଯ୍ୟନ୍ତ ୧୦୦ ମ୍ୟାଚରେ ୧୩୭ଟି ଇନିଂସ ଖେଳି ୧୩.୧୬ ଆଭରେଜରେ ୧୨୫୩ ରନ୍‌ ସଂଗ୍ରହ କରିବା ସହିତ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ସର୍ବାଧିକ ଅପରାଜିତ ୬୦ ରନ୍‌ ସଂଗ୍ରହ କରିଥିଲେ।
ବୋଲିଂରେ ୧୦୦ଟି ମ୍ୟାଚ ଖେଳି ସେ ୧୬୬ଟି ଇନିଂସରେ ୨୦.୯୧ ଆଭରେଜରେ ୮୧୧୬ ରନ୍‌ ଦେଇ ୩୮୮ଟି ଉଇକେଟ୍‌ ନେଇଛନ୍ତି। ତାଙ୍କର ଏହି ବୋଲିଂ ସ୍ପେଲରେ ୧୦୩୦ଟି ମେଡେନ୍‌ ଓଭର ସାମିଲ ରହିଛି। ପଞ୍ଜାବ ବିପକ୍ଷରେ ୨୭ରନ୍‌ ଦେଇ ୭ଟି ଉଇକେଟ ହାସଲ କରି ସେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। ରାଜସ୍ଥାନ ବିପକ୍ଷରେ ଉଭୟ ଇନିଂସରେ ମାତ୍ର ୪୯ରନ୍‌ ଦେଇ ୧୧ଟି ଉଇକେଟ ନେଇ ମ୍ୟାଚ ଜିତାଇବା ତାଙ୍କର ଶ୍ରେଷ୍ଠ ସଫଳତା ରହିଛି। କ୍ୟାରିୟରରେ ୨୩ଥର ୫ଟିରୁ ଅଧିକ ଉଇକେଟ୍‌ ନେଇଥିବା ବେଳେ ବସନ୍ତ ୩ଥର ୧୦ରୁ ଅଧିକ ଉଇକେଟ ହାସଲ କରିଛନ୍ତି। ୨୦୧୮-୧୯ ରଣଜୀ ସିଜନ୍‌ରେ ଓଡ଼ିଶା ପକ୍ଷରୁ ୮ଟି ମ୍ୟାଚ ଖେଳି ସର୍ବାଧିକ ୪୪ଟି ଉଇକେଟ୍‌ ନେଇଥିବା ବେଳେ ଚଳିତ ରଣଜୀ ସିଜନ୍‌ରେ ୩୪ଟି ଉଇକେଟ ନେଇଛନ୍ତି। ଓଡ଼ିଶା ପକ୍ଷରୁ ୩୧ଟି ଲିଷ୍ଟ ’ଏ’ ମ୍ୟାଗ ଖେଳି ୪୩ଟି ଉଇକେଟ ନେଇଥିବା ବେଳେ ଟି୨୦ରେ ୨୧ଟି ମ୍ୟାଚ ଖେଳି ୨୦ଟି ଉଇକେଟ ନେଇଛନ୍ତି।
ତାଙ୍କର ୧୩ବର୍ଷ ରଣଜୀ କ୍ୟାରିୟର ମଧ୍ୟରେ ୧୧ଥର ଓଡ଼ିଶା ଦଳ ଏଲିଟ୍‌ ଗ୍ରୁପ୍‌ ’କ’ ଏବଂ ’ଖ’ରେ ରହିଥିଲା ଓ ମାତ୍ର ୨ଟି ସିଜିନ୍‌ ପାଇଁ ଓଡ଼ିଶା ଗ୍ରୁପ୍‌ ’ସି’ ରେ ଖେଳିଛି। ଚଳିତ ବର୍ଷ କ୍ୱାର୍ଟର ଫାଇନାଲରେ ଟିମ୍‌ ଓଡ଼ିଶା ପ୍ରବେଶ କରିଥିବାରୁ ଆସନ୍ତା ରଣଜୀ ସିଜନ୍‌ରେ ଦଳ ଏଲିଟ୍‌ ଗ୍ରୁପ୍‌ ’ବି’ ରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି। ସେ ଏ ନେଇ ସନ୍ତୋଷ ପ୍ରକଟ କରିଛନ୍ତି। ଓଡ଼ିଶାର ମାତ୍ର ୨ଜଣ ସଫଳ ବୋଲର ରୂପେ ଦେବାଶିଷ ମହାନ୍ତିଙ୍କ ସହିତ ସେ ୩ଶହରୁ ଅଧିକ ରଣଜୀ ଉଇକେଟ ହାସଲ କରିଛନ୍ତି। ଏ ଫର୍ମ ଓ ଫିଟ୍‌ନେସ ବଜାୟ ରହିଲେ ସେ ଆଉ କିଛି ବର୍ଷ ରଣଜୀ ଖେଳିବା ଜାରି ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ଉପସ୍ଥାପନା: ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

“ବିଏସ୍ଏଫ୍ ପୋଷ୍ଟ୍ ନିକଟକୁ ଯାଆନ୍ତୁ ନାହିଁ”: ମମତା ବାନାର୍ଜୀଙ୍କ ଚେତାବନୀ ଶୁଣି ଚିନ୍ତାରେ ଲୋକେ

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ଭିତରେ ଭାରତକୁ କଡ଼ା ବାର୍ତ୍ତା ଦେଲେ ଟ୍ରମ୍ପ? F-16ର ଶକ୍ତି ବଢାଇବ ଆମେରିକା

ଓ୍ବାଶିଂଟନ,୧୧।୧୨: ଆମେରିକା ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଅପଗ୍ରେଡ କରିବା ପାଇଁ ୬୮୬ ଡଲାର ନିୟୁତ (ପ୍ରାୟ ୫,୮୦୦କୋଟି) ମୂଲ୍ୟର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ...

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri