Categories: ଜାତୀୟ

ତାମିଲନାଡୁରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ବନ୍ଦ

ଚେନ୍ନାଇ,୩୦।୧୦: ତାମିଲନାଡୁର ମଦୁରେ ଏବଂ ରାମନାଥପୁରମ ସମେତ ଅନେକ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଏବଂ କଲେଜ ବନ୍ଦ ଘୋଷଣା କରିଛନ୍ତି ସରକାର। ତିରୁନେଲଭେଲି, ତୁତିକୋରିନ, ଠେଣି, ଭୁଧୁନଗର, ଭେଲୋରରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆହୁରି ୨-୩ଦିନ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share